ବଳଙ୍ଗା ନାବାଳିକା ମୃତ୍ୟୁ ପ୍ରତିବାଦରେ ବିଜେଡି ପକ୍ଷରୁ ପୁରୀରେ ୬ ଘଣ୍ଟିଆ ହରତାଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁ ପ୍ରତିବାଦରେ ବିଜେଡି ପକ୍ଷରୁ ପୁରୀରେ ୬ ଘଣ୍ଟିଆ ହରତାଲ ଡକରା ଦିଆଯାଇଛି। ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ହରତାଲ କରୁଛି ବିଜେଡି। ବନ୍ଦ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି। ପିପିଲି ଟୋଲ୍ ଗେଟ୍ ନିକଟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଦଳୀୟ କର୍ମୀ। ରାସ୍ତାର ଦୁଇ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡ଼ି। ବିଜେଡି ନେତା ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ଯେ, ଓଡ଼ିଶାରେ ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା। ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ମହାରଥୀ ସୂଚନା ଦେଇଛନ୍ତି।

powered by social2s