ଭୁବନେଶ୍ୱର: ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ନୂଆଦିଲ୍ଲୀ ଦ୍ବାରା ଆୟୋଜିତ ୬୪ ତମ ଜାତିୟ ଚିତ୍ର କଳା ପ୍ରଦର୍ଶନୀରେ ଓଡିଶା ର ସୁନାମଧନ୍ୟ ଯୁବ ଚିତ୍ରଶିଳ୍ପୀ ମାନସ କୁମାର ଦାସ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି । ଲଳିତକଳା ଏକାଡେମୀ ଦ୍ଵାରା ନିମନ୍ତ୍ରଣ ପାଇ ଚଳିତ ମାସ ୫ ତାରିଖ ରେ ସେ ଦିଲ୍ଲୀ ଯାଇଥିଲେ, ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଉପସ୍ଥିତ ରହି ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ମାନସ ଦାସଙ୍କର "ଏ କଲ ଫର ପ୍ରୋଗ୍ରାମ " ଶୀର୍ଷକ ଛବିଟି ରାଷ୍ଟ୍ର ର ବଛା ବଛା ଜୁରୀ ମାନଙ୍କ ଦ୍ବାରା ଚୟନ କରାଯାଇଥିଲା । ଆସନ୍ତା ମାସ ୪ ତାରିଖ ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ଵାରା ତାଙ୍କୁ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରିବେ ବୋଲି ଶ୍ରୀ ଦାସ ଜଣାଇଛନ୍ତି । ଶ୍ରୀ ଦାସ ଜଣେ ମୁକ ବଧୂର ଚିତ୍ରଶିଳ୍ପୀ ଭାବରେ ଯାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ଓଡିଶା ମଡ଼ର୍ଚ୍ଚ ଆର୍ଟ ଗ୍ୟାଲେରୀ ଓ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ତରଫରୁ ସମ୍ୱର୍ଦ୍ଧନା କରାଯାଇଥିଲା। ସେ ଶୁଭେଚ୍ଛୁ ମାନଙ୍କ ଠାରୁ ବହୁ ପ୍ରଶଂସା ଅଧିକାରି ହୋଇପାରି ଛନ୍ତି । ଏହି ପ୍ରଦର୍ଶନୀଟି ଆସନ୍ତା ମାସ ପର୍ଯ୍ୟନ୍ତ ଚାଲିବ।
ସୁନାମଧନ୍ୟ ଯୁବ ଚିତ୍ରଶିଳ୍ପୀ ମାନସ କୁମାର ଦାସଙ୍କ "ଏ କଲ ଫର ପ୍ରୋଗ୍ରାମ" ଶୀର୍ଷକ ଛବିକୁ ଚୟନ କଲେ ରାଷ୍ଟ୍ର ର ବଛା ବଛା ଜୁରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

