ଭୁବନେଶ୍ଵର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଗହ୍ମା ପୂର୍ଣ୍ଣିମାରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି। ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ବାନ୍ଧିବେ ସୁଭଦ୍ରା। ଭାଇ ହାତରେ ସ୍ନେହରେ ରାକ୍ଷୀ ବାନ୍ଧିବ ଭଉଣୀ। ଭାଇର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ ଭଉଣୀ। ଏଥି ଅବସରରେ ଭୁବନେଶ୍ୱର ୟୁନିଟ୍ ୮ ଅଞ୍ଚଳରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ସ୍ନେହ ଓ ଶ୍ରଦ୍ଧାର ସହିତ ଛାତ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ। ପରିବେଶ ସୁରକ୍ଷା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଭୁବନେଶ୍ୱର ୟୁନିଟ୍ ୨ ନିକଟରେ ଥିବା ଓସ୍ତଗଛରେ ରାକ୍ଷୀ ବାନ୍ଧିଲେ କ୍ରିଏଟ ଏନ୍ କନେକ୍ଟ ସଂସ୍ଥାର ଭଉଣୀ ମାନେ। ଓସ୍ତଗଛ ଆମକୁ ଅକ୍ସିଜେନ୍ ଓ ସୁରକ୍ଷା ଦେଉଥିବାରୁ ଆମେ ଏହି ଗଛକୁ ନିଜ ଭାଇ ମାନି ରାକ୍ଷୀ ବାନ୍ଧିଛୁ ବୋଲି କହିଲେ କ୍ରିଏଟ ଏନ୍ କନେକ୍ଟ ର ସଦସ୍ୟା ମାନେ।
powered by social2s

