କରୋନା ଟୀକା ଅଭାବ ଯୋଗୁଁ ଓଡ଼ିଶାର ୪୦୦ କେନ୍ଦ୍ରରେ ବନ୍ଦ ରହିଛି ଟୀକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଟିକା ଅଭାବରୁ ଓଡିଶାରେ ୪୦୦ ଟି କେନ୍ଦ୍ରରେ ବନ୍ଦ ହୋଇଗଲାଣି ଟୀକାକରଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ୨ ଦିନ ଭିତରେ କୋଭିସିଲଡ୍ ଟୀକା ନ ଆସିଲେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ। ବର୍ତ୍ତମାନ ରାଜ୍ୟର ୧୧୦୩ ଟି କେନ୍ଦ୍ର ରେ ଟିକାକରଣ ଚାଲିଛି। ଟୀକାର ଅଭାବ ନେଇ କେନ୍ଦ୍ରକୁ ଜଣାଇଛୁ। କିନ୍ତୁ ଉତ୍ତର ଆସିନି। ଟୀକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିପାରୁନାହୁଁ ବୋଲି ସେ କହିଛନ୍ତି।

powered by social2s