କଟକ: ସମାଜସେବୀ ସଂଗଠନ ଲୋକସେବା ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ବସୁନ୍ଧରା, ବିଡାନାସୀରେ ଶନିବାର ଦିନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ଶିଶୁମାନଙ୍କ ସହ ରାକ୍ଷୀ ବାନ୍ଧି, ସ୍ନେହ, ପ୍ରେମ ଓ ଖୁସି ବାଣ୍ଟିବା ସହିତ ସେମାନଙ୍କ ସହ ସମୟ କାଟିଥିଲେ। ପିଲାମାନଙ୍କୁ ବିସ୍କୁଟ୍, ଚକୋଲେଟ୍ ବଣ୍ଟନ କରାଗଲା ଓ ସମସ୍ତେ ମିଶି କେକ୍ କାଟି ଆନନ୍ଦ ଉପଭୋଗ କଲେ । ରକ୍ଷାବନ୍ଧନର ଏହି ବିଶେଷ ଅବସରରେ ସମସ୍ତଙ୍କ ମୁହଁରେ ଅନନ୍ୟ ହସି, ଭାଇ-ଭଉଣୀର ସମ୍ବନ୍ଧ ପରିଚୟକୁ ଆହୁରି ସୁଦୃଢ଼ କରିଦେଲା । ଏହି କାର୍ଯ୍ୟକ୍ରମରେ ବସୁନ୍ଧରାର ୫ରୁ ୧୮ବର୍ଷ ମଧ୍ୟରେ ୧୦୦ଜଣ ବାଳକ ବାଳିକା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଅବିନାଶ ନାୟକ, ଶୁଭ୍ରଜିତ ସ୍ୱାଇଁ, ଜୟଶ୍ରୀ ସାହୁ, ପ୍ରୀତବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କ ସହଭାଗୀତା ଓ ସ୍ନେହପୂର୍ଣ୍ଣ ଆଚରଣରେ ଏହି ଦିନଟି ଅନାଥାଳୟର ପିଲାମାନଙ୍କ ପାଇଁ ସ୍ମୃତିମୟ ହୋଇରହିଲା ।
powered by social2s

