ଭୁବନେଶ୍ବରରେ କମ୍ଯୁନିଟି ପୋଲିସିଂ କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ସୋସାଇଟି ଫର ନେଚର, ଏଡୁକେସନ ଆଣ୍ଡ ହେଲଥ (ସ୍ନେହ) ଓ ମେନୋନାଇଟ ସେଣ୍ଟ୍ରାଲ କମିଟି ର ମିଳିତ ଆନୁକୁଲ୍ଯ ରେ ସ୍ଥାନୀୟ ସ୍ନେହ କେନ୍ଦ୍ର, ସାଲିଆସାହି, ଭୁବନେଶ୍ବର ଠାରେ 'କମ୍ଯୁନିଟି ପୋଲିସିଂ କାର୍ଯ୍ୟକ୍ରମ' ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ମୈତ୍ରୀ ବିହାର ଥାନା, ଭୁବନେଶ୍ବର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ବେହେରା ଓ ଅନ୍ଯ ପୋଲିସ କର୍ମଚାରୀମାନେ ଯୋଗଦାନ କରିଥିଲେ। ସ୍ନେହ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ର ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ। 'ସ୍ନେହ' ଅନୁଷ୍ଠାନ ଦ୍ବାରା ସାଲିଆସାହି ରେ ଗଢାଯାଇଥିବା ୮ ଟି ଶାନ୍ତି କମିଟିର ଅନୁନ୍ଯ ୪୦ ଜଣ ସଭ୍ଯା ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଅନୁଷ୍ଠାନ ର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଦିବାକର ମାହାଳି ପ୍ରାରମ୍ଭ ରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ବିଷୟ ରେ ଆଲୋଚନା କରିଥିଲେ। ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ଶାନ୍ତି କମିଟି ସୁଦୃଢ ହୋଇ କମ୍ଯୁନିଟି ର ସମସ୍ଯା କୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବେହେରା ସାମାଜିକ ନ୍ଯାୟ ଓ ଏଥିପ୍ରତି ଥିବା ସାଧାରଣ ଜନତାଙ୍କ ର ଦାୟିତ୍ବ ଉପରେ ଆଲୋକପାତ କରିଥିଲେ। ଛୋଟ ଛୋଟ ଘଟଣା ବା ସମସ୍ଯା ସମାଧାନ କରିବା ସମୟରେ ଶାନ୍ତି କମିଟିର ସଦସ୍ଯାମାନେ ନିଜର ସୁରକ୍ଷା ପ୍ରତି ଧ୍ଯାନ ଦେବାକୁ ପରାମର୍ଶ ଦେଇଥିଲେ। ତତ୍ପରେ ରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଥିଲା। ପରିଶେଷରେ ସ୍ନେହ ଅନୁଷ୍ଠାନ ର ସହସଂଯୋଜିକା ସ୍ବସ୍ତିକା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s