ସମାଜସେବୀ ସଂଗଠନ ଲୋକସେବା ପକ୍ଷରୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବ ହଷ୍ଟେଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ସମାଜସେବୀ ସଂଗଠନ ଲୋକସେବା ପକ୍ଷରୁ ଆଜି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବ ହଷ୍ଟେଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। “ମାଆ ପାଇଁ ଗଛ ଟିଏ” ବାଣୀକୁ ପ୍ରମୁଖ କରି ପରିବେଶ ସୁରକ୍ଷାର ସନ୍ଦେଶ ପ୍ରସାର କରାଗଲା। ବିଶିଷ୍ଟ ସମାଜସେବୀ ଏସ୍ କେ କଲିମୁଲ୍ଲା ଯୋଗଦେଇ ଛାତ୍ରମାନଙ୍କୁ ‘ଗଛ ଲଗାଅ, ଗଛ ବଂଚାଅ’ ଅଭିଯାନରେ ସକ୍ରିୟ ଭାଗ ନେବାକୁ ପ୍ରେରିତ କରିଥିଲେ। ସେ କହିଥିଲେ, “ପ୍ରତ୍ୟେକ ମଣିଷ ଯଦି ନିଜ ଜୀବନରେ କେବଳ କିଛିଟି ବୃକ୍ଷ ଲଗାଇ ସେଗୁଡ଼ିକୁ ସୁରକ୍ଷା କରିବେ, ତେବେ ପରିବେଶ ସୁରକ୍ଷାରେ ବଡ଼ ପରିବର୍ତ୍ତନ ଆସିବ।” ପୂର୍ବ ହଷ୍ଟେଲର ପ୍ରାୟ ୩୦ଜଣ ଛାତ୍ର ବିଶେଷ ଉତ୍ସାହ ଓ ସକ୍ରିୟତା ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୨୦ଟି ଫୁଲ ଓ ଛାୟାଦାୟକ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଅବିନାଶ ନାୟକ, ସୁଭ୍ରଜିତ ସ୍ୱାଇଁ, ପ୍ରୀତବାସ ସାହୁ ଓ ଜୟଶ୍ରୀ ସାହୁ ସେବକରୂପେ ଯୋଗଦେଇଥିଲେ।

powered by social2s