ଭୁବନେଶ୍ବର: ଆନ୍ତର୍ଜାତୀୟ ଅନୁଷ୍ଠାନ ଏଣ୍ଡ ଟାଇମ ବାଇବେଲ କଲେଜ ନାଇଜେରିଆ ପକ୍ଷରୁ ସମାଜ ରେ ଶାନ୍ତି ବଜାୟ ରଖିବା ଓ ସମାଜ ମଙ୍ଗଳ କାର୍ଯ୍ୟ ରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ନାରାୟଣ ମହାପାତ୍ରଙ୍କୁ "ଇଣ୍ଟରନେସନାଲ ହ୍ୟୁମାନଟେରିଆନ ସର୍ଭିସ ଆୱାର୍ଡ " ରେ ସମ୍ଵର୍ଦ୍ଧିତ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସମାଜରେ ବରିଷ୍ଠ ନାଗରିକଙ୍କ ଓ ଛୋଟ ଅନାଥ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ। ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ। ଏହି ସମ୍ମାନ ନିମନ୍ତେ ଆମକୁ ଉପଯୁକ୍ତ ଭାବି ପ୍ରଦାନ କରି ଥିବାରୁ ଡ଼ ମହାପାତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
powered by social2s

