ଭୁବନେଶ୍ୱର: ଓଡିଶାରେ ପ୍ରତିଷ୍ଠା ହେବ ବିଭିନ୍ନ ଫାର୍ମା କମ୍ପାନୀ। ଓଡ଼ିଶା ହେବ ଫାର୍ମା ହବ୍ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୭୯ ତମ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଓଡ଼ିଆ ଅସ୍ମିତାକୁ ସରକାର ଗୁରୁତ୍ବ ଦେଉଛନ୍ତି। ସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ଵ ଦେଉଛୁ। ସାଂସ୍କୃତିକ ଓ ପର୍ଯ୍ୟଟନ ସ୍ଥଳରୁପେ ପ୍ରତିଷ୍ଠା ହେବ ପୁରୀ। ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ। ଆବଶ୍ୟକ ପଡ଼ିଲେ ନୂଆ ଆଇନ୍ ଆସିବ। ଦାଦାବଟି, ଚାନ୍ଦା ଆଦାୟକୁ ବରଦାସ୍ତ କରାଯିବ ନାହିଁ। କ୍ୟାମ୍ପସରେ ମଦ୍ୟପାନ, ନିଶା ସେବନ କରାଯାଇପାରିବ ନାହିଁ ବୋଲି ପ୍ରକାଶ କଲେ ମୂଖ୍ୟମନ୍ତ୍ରୀ। ଚଳିତ ବର୍ଷ ପ୍ୟାରେଡ୍ ରେ ୫୦ଟି ଟ୍ରୁପ୍ ଅଂଶଗ୍ରହଣ କରିଛନ୍ତି।
powered by social2s

