ଭୁବନେଶ୍ଵର: ଭୁବନେଶ୍ୱର ର ଯୁବ ଅଗ୍ରଣୀ ଅନୁଷ୍ଠାନ "ପ୍ୟାସନ କ୍ଳବ" ଚଳିତ ବର୍ଷ ଗଣେଶ ପୂଜା ରେ ବୋତଲ ଆକୃତି ର ତୋରଣ ଏବଂ ୨୦ ବର୍ଷ ପୁରଣ ପାଇଁ ଚଳିତ ବର୍ଷ ଠାକୁରଙ୍କ ବିଗ୍ରହ କୁ ୨୦ ଫୁଟ ଉଚତା ର କରିବାକୁ ଯାଉଛନ୍ତି | କଲିକତା ରୁ ଆସିଥିବା ୩୦ ରୁ ଅଧିକ କାରିଗର ତୋରଣ କାର୍ଯ୍ୟ ରେ ଲାଗିଥିବା ବେଳେ, ମୂର୍ତି ତିଆରି ରେ ଲାଗିଛନ୍ତି ଆର୍ଟ କଲେଜ ର ଛାତ୍ର ଛାତ୍ରୀମାନେ | ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପୂଜା ରେ ୨୮ ତାରିଖ ଦିନ ଏବଂ ୩୧ ତାରିଖ ଦିନ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ, ୨୯ ତାରିଖ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଥିବା ବେଳେ, ୨ ତାରିଖ ଦିନ ୨୦୦୦ ଲୋକଙ୍କର ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଛି ଏବଂ ପ୍ରତ୍ୟକ ଦିନ ସନ୍ଧ୍ୟା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ | କ୍ଳବ ର ସଭାପତି ଅଶୋକ କୁମାର ପଲ୍ଲାଇ ଙ୍କ ସଂଯୋଜନା ରେ ଅନୁଷ୍ଠିଥ ଆଜି ର ସାମ୍ବାଦିକ ସମ୍ମିଳନୀ ରେ ବ୍ରିସ୍ତୁତ ସୂଚନା ଦିଆଯାଇଥିଲା | ଗତ ବର୍ଷ ଏହି ଅନୁଷ୍ଠାନ ନନ୍ଦିଘୋଷ ରଥ ଆକୃତି ର ୩୦ ଫୁଟ ର ରଥ ରେ ଜଗନ୍ନାଥଙ୍କ ବେଶରେ ଗଜାନନ ଙ୍କୁ ପୂଜା କରି ସମସ୍ତଙ୍କୁ ଏକ ନିଆରା ଚିନ୍ତାଧାରା ର ପୂଜା ର ଅନୁଭୁତି ଦେଇଥିଲେ | ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ବାସି ଏହି ପୂଜାରେ ଏକ ନିଆରା ଅନୁଭୂତି ପାଇବାକୁ ଯାଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼. ନାରାୟଣ ମହାପାତ୍ର, ଯୁବ ନେତା ନରେନ ସାହୁ, ଉପଦେଷ୍ଟା ମନୋଜ ରାଉଳ, କ୍ଳବ ର ଉପସଭାପତି ପ୍ରଶାନ୍ତ ବଡୁ, ସମ୍ପାଦକ ସୁବାଷ ବେହେରା, ସହସଂପାଦକ କେଦାର ମହାରଣା, କୋଷାଧ୍ୟକ ଗୋପାଳ ଚନ୍ଦ୍ର ଦାଶ ଏବଂ ସମସ୍ତ ସଦସ୍ୟ ଦାବି କରିଛନ୍ତି |
ପ୍ୟାସନ କ୍ଲବ ର ୨୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ୨୦ ଫୁଟ ର ଗଣେଶ ମୂର୍ତ୍ତି କରାଯାଇ ପୂଜା କରାଯିବ; ବୋତଲ ରେ ତୋରଣ ମୁଖ୍ୟ ଆକର୍ଷଣ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

