ସାଇନାପ୍ସ କୁଇଜ଼ - ୨୦୨୫- ଦ୍ବୈତ ନଗରୀର ସର୍ବ ବୃହତ୍ କୁଇଜ୍ - ୯୦୦ ପ୍ରତିଯୋଗୀ - ଇଂରାଜୀ ରେ ଡି ଏ ଭି ସିଡିଏ ଏବଂ ଓଡ଼ିଆରେ ରଘୁନାଥଜୀଉ ବିଜେତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଟିମ କୁଇଜ଼ାର୍ଡ ଓ ଟିମ ହ୍ୱାଇଟ କାନଭାସ ମିଳିତ ଆନୁକୂଲ୍ୟରେ ସର୍ବବୃହତ ଆନ୍ତଃ ବିଦ୍ୟାଳୟ କୁଇଜ ପ୍ରତିଯୋଗିତା "ସାଇନାପ୍ସ ୨୦୨୫" ୯ମ ସଂସ୍କରଣ କଟକ ସାରଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ କୁ ପ୍ରୀଲୁଡେ ର ଶ୍ରୀ ସତ୍ୟବ୍ରତ ରଥ, ଡମ୍ବରୁର ପ୍ରତିଷ୍ଠାତା ଶ୍ରୀ ସମ୍ୟକ ମହାନ୍ତି ଉଦଘାଟନ କରିଥିଲେ |ଏହି କାର୍ଯ୍ୟକ୍ରମରେ ଟିମ କୁଇଜ଼ାର୍ଡର ସିଦ୍ଧାର୍ଥ, ପ୍ରୀତିମାନ, ମନଶ୍ଵେତା,ଶାନ୍ତନୁ, ଅଭିଷେକ ଏବଂ ଅୟଂଶୁ ତଥା ୩୭ ଜଣ ଆୟୋଜକ କମିଟିର କର୍ମକର୍ତ୍ତା ଇନ୍ଦ୍ରନିଲ , ଶତାବ୍ଦୀ, ପ୍ରତୀକ, ଅଲିଭା, ମୃତ୍ୟୁଞ୍ଜୟ ଇତ୍ୟାଦି ମୁଖ୍ୟ ଭୂମିକା ନିର୍ବାହ କରିଥିଲେ |ପୁରସ୍କାର ବିତରଣରେ ମେୟର ଶ୍ରୀ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଡ. ନିର୍କେଶ ଶର୍ମା, ପ୍ରିନ୍ସିପାଲ,ନାଳନ୍ଦା ପବ୍ଲିକ ସ୍କୁଲ, ଡ. ପ୍ରଭୁ ଚରଣ ମହାନ୍ତି, ଅଧ୍ୟକ୍ଷ, ଏସ ଏସ ଆସୋସିଏଟ୍ସ ଯୋଗ ଦେଇଥିଲେ | ଆଜିର ଏହି କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସାଇ ପ୍ରତୀକ ସାହୁ ଏବଂ ରାଜଲକ୍ଷ୍ମୀ ଘଡେ଼ଇ ( ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ) | ଦ୍ଵିତୀୟ ସ୍ଥାନ ତଥା ଶ୍ରେଷ୍ଠ ବାଳିକା ଦଳ ସ୍ଥାନ ଅଧିକାର କରିଥିଲେ ସ ଶି ବି ମ ନୂଆବଜାର ଅସୀମା ବରାଳ ଏବଂ ଅମ୍ରିତା ଗୁରୁ । ଏବଂ ତୃତୀୟ ସ୍ଥାନରେ ରହିଥିଲେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ସୋମ୍ପ୍ରୟସ ମହାରଣା ଏବଂ ସାଇ ସତ୍ୟଜିତ ସାହୁ । ଇଂରାଜୀ କୁଇଜ୍ ପ୍ରତିଯୋଗିତା ରେ ଡି.ଏ.ଭି ପବ୍ଲିକ ସ୍କୁଲ, ସି.ଡି.ଏ ର ସ୍ୱରିତ୍ କୁମାର ସ୍ବାଇଁ, ଏବଂ ଅଙ୍କିତ କୁମାର ସ୍ୱାଇଁ ଚମ୍ପିୟାନ ହୋଇଥିବା ବେଳେ ପ୍ରଥମ ରନର ଅପ୍ ହୋଇଥିଲେ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ର ଅଦ୍ୱେୟା ଷଡ଼ଙ୍ଗୀ ଏଵଂ ସ୍ଵସ୍ତିକା ମିଶ୍ର । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଆଦେଶ ମହାନ୍ତି ଏବଂ ପ୍ରାଂଶୁ ପୃଷ୍ଟି ଦ୍ଵିତୀୟ ରନର୍ ଅପ୍ ଥିଲେ । ଶ୍ରେଷ୍ଠ ବାଳିକା ଦଳ ଭାବେ ଡି.ଏ.ଭି ପବ୍ଲିକ ସ୍କୁଲ, ୟୁନିଟ୍ -୮ ସ୍କୁଲ ର ସୁଶ୍ରୀ ସୁରଭି ଓ ସହସ୍ରା ସୁଶାନ୍ତ ପଢ଼ିଆରୀ ପୁରସ୍କାର ଅର୍ଜନ କରିଥିଲେ। ଏହି ଅଭିନବ କୁଇଜ୍ ର ଆୟୋଜନ କୁ ସମସ୍ତ ଅତିଥିମାନେ ପ୍ରଶଂସା କରିଥିବାବେଳେ ଆଗାମୀ ଦିନରେ ଏହାକୁ ଜାତୀୟ ସ୍ତରକୁ ନେବାକୁ ପ୍ରସ୍ତାବ ଦେଇଥଲେ। ଟିମ୍ ହ୍ଵାଇଟ କାନଭାସ୍ ର ଉଲ୍ଲାସ ଚନ୍ଦ୍ର ବେଉରା, ସାରଳା ପ୍ରସାଦ ମିଶ୍ର, ଜ୍ଞାନରଞ୍ଜନ ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏକ ହଜାର ରୁ ଉର୍ଦ୍ଧ୍ବ ଅଭିଭାବକ, ଓ ବୁଦ୍ଧିଜୀବୀ ମାନେ ଏଥିରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।

powered by social2s