ମାଲକାନଗିରି: ମାଲକାନଗିରି ଜିଲ୍ଲା ଶିଖାପଲ୍ଲୀରେ ରାସ୍ତାରୋକ କଲେ ସହ ସହ ଚାଷୀ। ସାର ଯୋଗାଇଦେବା ଦାବିରେ ଜାତୀୟ ରାଜପଥ ୩୨୬ ଶିଖାପଲ୍ଲୀରେ ରାସ୍ତା ଉପରେ ବସିରହିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ। ବଜାରରେ ସାର ଉପଲବ୍ଧ ନଥିବା ଅଭିଯୋଗ କରିଛନ୍ତି ଚାଷୀ। ଜିଲ୍ଲାପାଳଙ୍କ ନିକଟରେ ଦାବି କରିବା ସତ୍ତ୍ୱେ ବି କୌଣସି ପଦକ୍ଷେପ ନିଆନଯିବାରୁ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଚାଷୀ। ଆନ୍ଦୋଳନ ଯୋଗୁଁ ନବରଙ୍ଗପୁର ଉମରକୋଟକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
powered by social2s

