ଭୁବନେଶ୍ୱର: ଆଜି ଓଡ଼ିଶା ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୪ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ଉତ୍ପାଦନ ନୀତିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ହବରେ ପରିଣତ କରିବାକୁ ନିଆଯାଇଛି ନିଷ୍ପତ୍ତି। ପଲିସିରେ ନିବେଶକଙ୍କୁ ମିଳିବ ବଡ଼ ସୁବିଧା। ପ୍ରଥମ ୧୦ଟି ମେଗା ପ୍ରକଳ୍ପ ପାଇଁ ୫୦% ପୁଞ୍ଜି ସବସିଡି ବ୍ୟବସ୍ଥା ରହିଛି। ୫୦୦ କୋଟିରୁ ଅଧିକ ନିବେଶ ପାଇଁ ସ୍ବତନ୍ତ୍ର ସୁବିଧା ରହିଥିବା ସୂଚନା। ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନ ପାଇଁ ମିଳିଛି ମଞ୍ଜୁରୀ। ନୂତନ ଆଇଟି ପଲିସିକୁ ଦିଆଯାଇଛି ଅନୁମୋଦନ। ଓଡ଼ିଶା ଲୋକସେବା ଆୟୋଗରେ ୩ ଜଣ ସଦସ୍ୟ ନିଯୁକ୍ତିକୁ ମିଳିଛି ଅନୁମୋଦନ।
powered by social2s

