ଗଣେଶ ଚତୁର୍ଥୀ ପାଇଁ ଉତ୍ସବମୁଖର ଗାଁ ରୁ ସହର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁ ରୁ ସହର। ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ଦୋକାନ, ବଜାର ସବୁଠି ଚାଲିଛି ଗଜାନନଙ୍କ ପୂଜା। ଭୁବନେଶ୍ୱର ବଡ଼ଗଡ଼ରେ ଗଣେଶ ମହୋତ୍ସବର ଆୟୋଜନ କରାଯାଇଛି। ଏଠାରେ ୬୧ ଫୁଟ୍ ର ଗଣେଶ ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସେହିପରି ସହିଦ ନଗର ୱିନର ଆସୋସିଏସନ୍ ପକ୍ଷରୁ ପୂଜା ପାଉଛନ୍ତି ୪୬ ଫୁଟ୍ ଗଣେଶ। ବମିଖାଲ, ପୁରୁଣା ଭୁବନେଶ୍ୱର, ସହିଦ ନଗର, ନୟାପଲ୍ଲୀ ଓ ଅନ୍ୟାନ୍ୟ ସ୍ଥାନରେ ବଡ଼ ଆକାରରେ କରାଯାଉଛି ଗଣେଶ ପୂଜା। ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ୨୦୦ ରୁ ଅଧିକ ମଣ୍ଡପରେ ଗଜାନନଙ୍କ ପୂଜାର ଆୟୋଜନ କରାଯାଇଛି। ଅନୁଗୁଳ ଜିଲ୍ଲା ତାଳଚେରରେ ୧୦୦ ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ।

powered by social2s