ଶୈଳବାଳା କଲେଜ ଅଫ୍ ନର୍ସିଙ୍ଗ ଏବଂ ମେଡିକାଲ ସାଇନସରେ ଗଣେଶ ଚତୁର୍ଥୀ ନିଆରଡମ୍ବର ଭାବରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ନର୍ସିଙ୍ଗ କଲେଜ ଶୈଳବାଳା କଲେଜ ଅଫ୍ ନର୍ସିଙ୍ଗ ଏବଂ ମେଡିକାଲ ସାଇନସରେ ପବିତ୍ରତମ ଗଣେଶ ଚତୁର୍ଥୀ ନିରାଡ଼ମ୍ବର ଭାବରେ ସୁରୁଖୁରୁରେ ପାଳିତ ହୋଇଯାଇଅଛି l କଲେଜ ପରିସର ମଧ୍ୟରେ ପୂଜାରୀଙ୍କ ଦ୍ବାରା ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ସକାଳ ୧୦.୦୦ ଘଣ୍ଟିକା ସମୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ପୁଷ୍ପାଞ୍ଜଳି ଜ୍ଞାପନ ୧୧.୦୦ ଘଣ୍ଟିକା ସମୟରେ କରାଯାଇଥିବା ବେଳେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଦିବା ୧.୦୦ ଘଣ୍ଟିକା ସମୟରେ ରଖାଯାଇଥିଲା l ଏହି ଅବସରରେ କଲେଜର ପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ତଥା ଅଧ୍ୟାପିକାମାନ ଯୋଗ ଦେଇଥିବା ଦେଖିବାକୁ ମିଳିଅଛି l ଏହି ଉତ୍ସବରେ କଲେଜର ଅଧ୍ୟକ୍ଷା ମିସ୍ ଲଳିତାଙ୍କ ସହ, ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ,ଅଧ୍ୟାପିକା ନିତୁ ବିଷୋୟୀଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗ ଦେଇ ଉତ୍ସବକୁ ସରଗରମ୍ କରିଥିବା ଦେଖିବାକୁ ମିଳିଅଛି l

powered by social2s