ଖଲ୍ଲିକୋଟ: ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ସୂଚନା। ଆଜି ଭୋର୍ ରୁ ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ସମୁଦ୍ର କୂଳରୁ ମାଛ ଧରିବାକୁ ଯାଇଥିଲେ ୭ ମତ୍ସ୍ୟଜୀବୀ। ଉଚ୍ଚ ଜୁଆର ମାଡ଼ରେ ଓଲଟିଥିଲା ଡଙ୍ଗା। ପହଁରି ପହଁରି ସମୁଦ୍ର କୂଳକୁ ଫେରିଲେ ୬ ଜଣ, ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ସମସ୍ତେ ଛତ୍ରପୁର ସାନ ନୋଳିଆ ନୂଆଗାଁର। ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ଖୋଜାଖୋଜି ଉଦ୍ୟମ ଜାରି ରହିଛି।
powered by social2s

