ଭୁବନେଶ୍ବର: ଯଦିଓ ଭାରତୀୟ ସଂସଦ ବ୍ରିଟିଶ ସମୟର ଫୌଜଦାରୀ ଆଇନ ଗୁଡିକ ପରିବର୍ତ୍ତନ କରିଛନ୍ତି, ଏହାସ ଗରିବ ଓ ସାଧାରଣ ବର୍ଗ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ମଧ୍ୟରେ ସମାନ ନ୍ୟାୟ ପାଇପାରିନାହାନ୍ତି । ଫଳସ୍ବରୂପ ନ୍ୟାୟ ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିବା ଆଇନର ଉଲ୍ଲଙ୍ଘନ ହେଉଛି ବୋଲି ଆଇନ ସେବା ସଂସ୍ଥା କ୍ଳାପ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଚଳିତ ଫୌଜଦାରୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରୀକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୁନିୟମ ପ୍ରଚଳନ ହେବାର ଏକ ବର୍ଷ ପୂର୍ତି ଅବସରରେ କ୍ଲାପ ପକ୍ଷରୁ ଆୟୋଜିତ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସମସ୍ତଙ୍କୁ ସମାନ ନ୍ୟାୟ କାର୍ଯ୍ୟକ୍ରମରେ ଗରିବ ଓ ସାଧାରଣ ବ୍ୟକ୍ତି ଯେପରି ତାଙ୍କ ସ୍ବାଧୀନତା ତଥା ସ୍ୱତନ୍ତ୍ରତାରୁ ବଂଚିତ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ନୀତିର ଆବଶ୍ୟକତା ରହିଛି ବୋଲି ଓଡିଶା ହାଇ କୋର୍ଟର ପୂର୍ବଭଳ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇ କହିଛନ୍ତି । କ୍ଳାପର ସଭାପତି ଡ଼. ବିକାଶ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ପୂର୍ବଭଳ ଭାରତୀୟ ପୋଲିସ ସେବା ତଥା ପୋଲିସ ମହା ନିର୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ ପୋଲିସ ଏବଂ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଯଥା ପବ୍ଲିକ ପ୍ରସିକୁଟର ଓ ବିଚାରପତିମାନଙ୍କର ଦକ୍ଷତା ବୃଦ୍ଧି ହେଲେ ସମସ୍ତଙ୍କୁ ସମାଜ ନ୍ୟାୟ ମିଳିପାରିବ । କ୍ଳାପର ଆଇନସେବା କାର୍ଯ୍ୟକ୍ରମ ଆଧାରରେ ନିଜର ଅଭିଜ୍ଞତା କୁ ବର୍ଣନା କରି ଡ଼. ବିକାଶ ଦାସ କହିଥିଲେ ଯେ ବିଭିନ୍ନ କାରାଗାରରେ ରହିଥିବା ବନ୍ଦୀମାନେ ମୁଖ୍ୟତଃ ନିଷ୍ପେସିତ ବର୍ଗର ଅଟନ୍ତି । ଯଦିଓ ସେମାନେ ବେଲ ପାଇବା ପାଇଁ ଯୋଗ୍ୟ, ସେମାନଙ୍କୁ ଭଳିତ ଆଇନସେବା ନମିଳୁଥିବାରୁ ସେମାନେ ବନ୍ଦୀଭାବେ ଜୀବନ ଯାପନ କରୁଛନ୍ତି । ଅଧିକାଂଶ ବନ୍ଦୀ ତାଙ୍କର ଥିବା ମାମଲା ବିଷୟରେ ଅବଗତ ନୁହନ୍ତି । ଏମାନଙ୍କ ଉପରେ କୋର୍ଟ ଯେଉଁ ନିର୍ଦେଶ ଦେଇଛନ୍ତି, ତାହାର ସାର୍ଟିଫାଏଡ଼ କପି କିପରି ମିଳିବ ସେ ସମ୍ପର୍କରେ ମଧ୍ୟ ଅଧୁକାଂଶଙ୍କର ଧାରଣା ନାହିଁ । ସମାନ ନ୍ୟାୟ ପାଇଁ ବ୍ୟବସ୍ଥା ଜକଲେ ମାନବିକ ଅଧିକାର ଉଲ୍ଲଙ୍ଘନ ହେବ । ରାଜ୍ୟ ବାର କାଉନସିଲର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କୁଶଳୀ ଆଇନଜୀବୀମାନେ ସାଧାରଣ ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ବିର୍ଲା ଲ ସ୍କୁଲର ଜିନ ପ୍ରଫେସର ସୁକାନ୍ତ କୁମାର ନନ୍ଦ ନୂତନ ଫୌଜଦାରୀ ଆଇନରେ ହୋଇଥିବା ପରିବର୍ତନ ଉପରେ ଆଲୋକପାତ୍ର କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ମାନସୀ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ। ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟ, ସ୍ନେହ ସଂଗଠନ ଓ ମାଧ୍ଯମ - ମହିଳା ସହଯୋଗ କେନ୍ଦ୍ର ତଥା କ୍ଲାପ ପକ୍ଷରୁ ଫୌଜଦାରୀ ନ୍ୟାୟ ପ୍ରଦାନ ନିମନ୍ତେ କରାଯାଉଥୁବା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ସଂମ୍ମାନିତ କରାଯାଇଥିବା ମହିଳା ଅଧିକାର ପ୍ରବକ୍ତା ଶୁଭଶ୍ରୀ ଦାସ ମାଧ୍ଯମ ମହିଳା ସହଯୋଗ କେନ୍ଦ୍ର ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାର୍ଯ୍ୟରତ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ବର୍ଣନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ କ୍ଲାପର ସମ୍ପାଦକ ପୁରୁଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରି ଆସନ୍ତା ୩-ବର୍ଷର ଜଷ୍ଟିସ ଫର ପ୍ଲିଜିନର କାର୍ଯ ଖସଡ଼ା ବର୍ଣନା କରିଥିଲେ । ଅତିଥିମାନେ ଏହି ଅବସରରେ ଫୌଜଦାରୀ ଆଇନର ଏକ ବର୍ଷ ପୂର୍ତି ସ୍ମରଣିକା ଓ ଅନେକ ଫୌଜଦାରୀ ନ୍ୟାୟ ଆଇନ ପୁସ୍ତକ ଉନ୍ମୋଚନ କରିଥିଲେ ।
ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରୟୋଗ ହେବା ଆବଶ୍ୟକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

