ଡ଼ ନାରାୟଣ ମହାପାତ୍ର ଓୟମ ଡିଜିଟାଲ ଏକାଡେମୀ ରିସର୍ଚ୍ଚ ଇନ୍ସୀଟ୍ୟୁଉଟ ଘାନା ପକ୍ଷରୁ ପ୍ରିନସେସ ଡାଇନାସ ଗୋଲଡେନ ଆୱାର୍ଡ ୨୦୨୫ ରେ ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଡ଼ ନାରାୟଣ ମହାପାତ୍ରଙ୍କୁ ଓୟମ ଡିଜିଟାଲ ଏକାଡେମୀ ରିସର୍ଚ୍ଚ ଇନ୍ସୀଟ୍ୟୁଉଟ ଘାନା ପକ୍ଷରୁ ପ୍ରିନସେସ ଡାଇନାସ ଗୋଲଡେନ ଆୱାର୍ଡ ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଛି। ସମାଜ ସେବାରେ ନିଜକୁ ନିୟୋଜିତ କରି ଥିବା ଡ଼ ମହାପାତ୍ର ଅବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଦୀର୍ଘ ଦିନରୁ କରି ଆସୁଛନ୍ତି। ସେମାନଙ୍କ ସାଙ୍ଗେ କିଛି ସମୟ ରହି ସେମାନଙ୍କୁ ଖୁସି ଦେବା ମୂଳ ଲକ୍ଷ୍ୟ, ରକ୍ତଦାନ କାର୍ଯ୍ୟକ୍ରମ ଓ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ଉଲ୍ଲେଖ ନିୟ କାର୍ଯ୍ୟ କରିଅଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଆମକୁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରିଥିବାରୁ ଓୟମ ଡିଜିଟାଲ ଏକାଡେମୀ ରିସର୍ଚ୍ଚ ଇନ୍ସୀଟିଉଟ ର ପ୍ରତିଷ୍ଠାତା ଅମ୍ବେ ଏମି ରାଇଟସ ଓବେଙ୍ଗ ଏଲିଯାହ କିରଚଫ ଗ୍ଲୋବାଲ ଭାଇସ ଚାନସେଲର ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜଣାଇଛନ୍ତି ଡ଼ ମହାପାତ୍ର।

powered by social2s