ଛତିଶଗଡ଼ର ପଜିଟିଭ ସଂଖ୍ୟା ବୃଦ୍ଧି ଦେଖି ବସ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ଛତିଶଗଡ଼ର ପଜିଟିଭ ସଂଖ୍ୟା ବୃଦ୍ଧି ଦେଖି ବସ ଚଳାଚଳ ବନ୍ଦ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

 

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସ୍ୱତନ୍ତ୍ର ରିଲିଫ କମିଶନର ଏ ନେଇ ଚିଠି ଲେଖିଛନ୍ତି । ଆମେ ଏହା ଉପରେ ତର୍ଜମା କରି ନିଷ୍ପତ୍ତି ନେବୁ । ବିଭାଗ ପକ୍ଷରୁ ଖୁବଶୀଘ୍ର SOP ଜାରି କରାଯାଇ ପାରେ । ବଡ଼ର ଚେକିଙ୍ଗ ପଏଣ୍ଟରେ ଆରିଟିଓ ମାନେ ଚେକିଙ୍ଗ କରିବେ । ଯାହା ଗାଇଡ଼ ଲାଇନ ରହିଛି ତାକୁ ଆଧାର କରି ଚେକିଙ୍ଗ କରାଯିବ । ବଢ଼ୁଥିବା କୋରନା ସଂକ୍ରମଣ  ଭିତରେ ସାଧାରଣ ବସରେ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ କଣ କଟକଣା କରାଯିବ ସେ ନେଇ ଆମେ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

powered by social2s