ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି କୁ ଅବମାନନା କରିବା ଅଦିନିଆ ରଥଯାତ୍ରା ଓ ଅଦିନିଆ ସ୍ନାନ ଯାତ୍ରା କରୁଥିବା ଇସ୍କନ ଅନୁଷ୍ଠାନ ଓ ଅନ୍ୟ ଯେଉଁ ଅନୁଷ୍ଠାନ କରୁଛନ୍ତି ସେମାନଙ୍କୁ ପୂଜ୍ୟ ଗଜପତି ମହାରାଜ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ଯେଉଁ ତିଥି ବାର ରେ ହେଉଛି ସେହି ଦିନ ହିଁ ହୋଇ ପାରିବ । ଏହା ଅନ୍ୟଦିନ ହୋଇ ପାରିବ ନାହିଁ ଲେଖି ସମ୍ପୂର୍ଣ ଶାସ୍ତ୍ରୀୟ ତଥ୍ୟ ସହିତ ଲିଖିତ ଓ ମୌଖିକ ଭାବେ ଜଣାଇ ଦିଆଯାଇଛି। ମହାପ୍ରଭୁ ଙ୍କ ଯେଉଁ ତିଥି ବାର ରେ ଯାହା ହୋଇ ଆସୁଛି ତାକୁ ପରିବର୍ତନ କରାଯାଇ ପାରିବନି। କେଉଁ ଦିନ କଣ ହେବ ମହାପ୍ରଭୁ ନିଜେ ଏହି ଇଛା ପ୍ରକାଶ କରିଛନ୍ତି ଏବଂ ଏହା ସ୍କନ୍ଦ ପୁରାଣ ରେ ବର୍ଣନା କରାଯାଇଛି। ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୁବନ ବନ୍ଦିତ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରର ରାଜରସିକତା କୁ ତ୍ୟାଗ କରି ପତିତ ଉଦ୍ଧାର ନିମନ୍ତେ ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ଙ୍କୁ ଘେନି ରଥ ତ୍ରୟ ରେ ବିଜେ କରନ୍ତି ବ୍ରହ୍ମାଣ୍ଡ ଗୋସାଇଁ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରେ ଓ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପାଳନ କରିବା ବିଧେୟ। ଏହା ବ୍ୟତୀତ ଯଦି କେଉଁ ଅନୁଷ୍ଠାନ/ ବ୍ୟକ୍ତି ବିଶେଷ ମହାପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା କୁ ଅନ୍ୟ ତିଥି ରେ ପାଳନ କରୁଥାଏ ତେବେ ତାହା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା ବୋଲି କହିଛନ୍ତି ଡ଼ ନାରାୟଣ ମହାପାତ୍ର, ଜଗନ୍ନାଥ ସଂସ୍କୃତି ପ୍ରଚାରକ।
ମହାପ୍ରଭୁଙ୍କ ଦିବ୍ୟ ରଥଯାତ୍ରା କୁ ଅନ୍ୟ ତିଥି ରେ ପାଳନ କରିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା: ଡ଼ ନାରାୟଣ ମହାପାତ୍ର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

