କୋରାପୁଟ : କୋରାପୁଟ ଅଞ୍ଚଳର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଦୈନିକ ସମ୍ବାଦପତ୍ର ଅପରାହ୍ନର ରାଜ୍ୟସ୍ତରୀୟ ସାହିତ୍ୟ ଆଲୋଚନା ଚକ୍ର କବିତା ଓ କବି ସମ୍ମିଳନୀରେ କୋରାପୁଟ ସାହିତ୍ୟ କୁସୁମର ଜିଲ୍ଲାସ୍ତରୀୟ ସାରସ୍ୱତ ବନ୍ଧୁମିଳନ ଉତ୍ସବ-୨୦୨୫ରେ ସମ୍ମାନ ପ୍ରଦାନ ସ୍ୱରୂପ ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଅଛି lକାର୍ଯ୍ୟକ୍ରମରେ ଅପରାହ୍ନ ସମ୍ପାଦକ ବଂଶୀଧର ଜେନା, ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସଭାପତି ଡ଼.ପ୍ରଶାନ୍ତ କର, ୱାର୍ଲଡ ଓଡିଶା ସୋସାଇଟି ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଳଭ ରାଉତ, ବିନୋଦ ବିହାରୀ ମହାପାତ୍ର, ଡ଼. ଯଜ୍ଞଶ୍ୱର ପଣ୍ଡା, ଆଦିବାସୀ ସଂସ୍କୃତି ଗବେଷକ ଡ଼. ରାଜେନ୍ଦ୍ର ପାଢ଼ୀ, ଲକ୍ଷ୍ମୀପ୍ରିୟା ଦାସ, ସଂଯୋଜିକା ସବିତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ l ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିବା ଅତିଥି କହିଛନ୍ତି l ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଶିଷ୍ଟ ବରିଷ୍ଠ ଶିକ୍ଷକ ତଥା କବି ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଯୋଗ ଦେଇ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଯୁବ ଅଧ୍ୟାପକ ତଥା କବି ଶ୍ରୀ ପଟ୍ଟନାୟକଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିବା ଦେଖିବାକୁ ମିଳିଅଛି l
ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ସମ୍ମାନିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

