କୋରାପୁଟ : ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ (କୋଟସ୍)ଠାରେ କୋରାପୁଟ ସାହିତ୍ୟ କୁସୁମ ଆନୁକୂଲ୍ୟରେ ଡ଼. ସବିତା ଶତପଥୀଙ୍କ ଆବାହନ କ୍ରମେ ଏକ ସାହିତ୍ୟ ଆଲୋଚନା ଚକ୍ର, ପୁସ୍ତକ ଲୋକାର୍ପଣ ସମ୍ବର୍ଦ୍ଧନା ପର୍ବ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କିଶୋର ଦ୍ବିବେଦୀ ମୁଖ୍ୟ ବକ୍ତା ଡ଼. ଯାଜ୍ଞଶ୍ଵର ପଣ୍ଡା ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରବି ରଥ, ଶ୍ରୀଯୁକ୍ତ ବିନୋଦ ବିହାରୀ ମହାପାତ୍ର, ଶ୍ରୀଯୁକ୍ତ କାର୍ତ୍ତିକ ନାୟକ, ଶ୍ରୀଯୁକ୍ତ ବିଦେଶୀ ନାୟକ, ଶ୍ରୀଯୁକ୍ତ କଣ୍ଡୁରୀ ଚରଣ ରାଉତ, ଡ଼. ରାଜେନ୍ଦ୍ର ପାଢ଼ୀ ଶ୍ରୀଯୁକ୍ତ ବଂଶୀ ଧର ଜେନା ଓ ଶ୍ରୀମତୀ ଲଷ୍ମୀପ୍ରିୟା ଦାସ ମଞ୍ଚାସୀନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଡ଼. ଅଶ୍ବିନୀ ତ୍ରିପାଠୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ପ୍ରତୀତ୍ କାଞ୍ଚନ୍ ସାହୁ l ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଡ଼. ହରିହର କରସୁଧା ପଟ୍ଟନାୟକ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଜଳଧର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ରମେଶ ସାହୁ,ଶ୍ରୀଯୁକ୍ତ ମହାନନ୍ଦ ମହାଳିକ, ମଞ୍ଚାସୀନ ଥିବାବେଳେ କବିତା ସଂଯୋଜନା କରିଥିଲେ ଶ୍ରୀଯୁକ୍ତ ସାଗର ପରିଡା ଡ଼. ସ୍ୱାତୀ ଚଟାର୍ଜି ଓ ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ ଏବଂ ମଞ୍ଚ ପରିଚାଳନା କରିଥିଲେ ଡ଼. ଶୋଭାଗିନୀ ନନ୍ଦ l ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ କିଶୋର ମିଶ୍ର l ଉକ୍ତ କାର୍ଯ୍ୟକ୍ରମରେ ପ୍ରତୀତ୍ କାଞ୍ଚନ୍ ସାହୁ ଙ୍କର ଗଳ୍ପ ସଂକଳନ "ଅପରାହ୍ନର ହସ "ଏବଂ ସରୋଜିନୀ ମହାପାତ୍ରଙ୍କର କବିତା ସଂକଳନ"ବାହୁଡା଼ ସଞ୍ଜ " ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ସହିତ ପ୍ରାୟତଃ କୋଡିଏଟି ଜିଲ୍ଲାର ସୁପ୍ରତିଷ୍ଠିତ କବି କବୟିତ୍ରୀ ଯୋଗଦାନ କରିଥିଲେ l
କୋରାପୁଟ ସାହିତ୍ୟ କୁସୁମ ଆନୁକୂଲ୍ୟରେ "ଅପରାହ୍ନର ହସ" ଓ "ବାହୁଡା଼ ସଞ୍ଜ" ଲୋକାର୍ପିତ ସମ୍ବର୍ଦ୍ଧନା ପର୍ବ ଓ କବିତା ଆସର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

