ଭୁବନେଶ୍ବରରେ ଆରମ୍ଭ ହେଲା ବୁଲା କୁକୁର ଗଣନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ବୁଲା କୁକୁର ଗଣନା। ସେପ୍ଟେମ୍ବର ୧୮ରୁ ୨୫ ତାରିଖ ମଧ୍ୟରେ ୬୭ଟି ଓ୍ୱାର୍ଡରେ ଗଣନା କାର୍ଯ୍ୟ ଚାଲିବ। ପ୍ରତି ଗଳିକନ୍ଦିରେ ୨ଟି ପର୍ଯ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ହେଉଛି ଗଣନା। ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୨୦, ଦ୍ୱିତୀୟ ପର୍ଯ୍ୟାୟ ୨୧ରୁ ୨୪ ଯାଏଁ ଚାଲିବ ଏକକାଳୀନ ୪୧୦ଟି ଟିମ୍ ଭୁବନେଶ୍ୱରର ଗଳିକନ୍ଦିରେ କୁକୁର ଗଣନା କରିବେ। ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ଵାବଧାନରେ ସ୍ଵଚ୍ଛ ସାଥୀ, ସ୍ଵଚ୍ଛ ସୁପରଭାଇଜର ଓ ସାନିଟାରୀ ଇନ୍ସପେକ୍ଟର ପ୍ରମୂଖ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

powered by social2s