କୋରାପୁଟ : କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ମେଘରାଜ୍ ସିନେମାଜ୍ ରେ ପବିତ୍ର ବିଶ୍ୱକର୍ମା ପୂଜା ସୁରଖୁରୁରେ ଆନନ୍ଦ ଉତ୍ସବର ସହ ପାଳିତ ହୋଇଯାଇଅଛି l କଳସ ପୂଜା, ମଣ୍ଡଳ ପୂଜା, ଷୋଳସ ଉପଚାରରେ ପୂଜା, ହୋମଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା l ମେଘରାଜ୍ ସିନେମାଜ୍ ର ମାଲିକ ଶ୍ରୀ ରାଜେଶ୍ ସୋନେଜାଙ୍କ ତତ୍ତ୍ଵବଧାନତାରେ ପୂଜା କାର୍ଯ୍ୟ ସୁରୁଖୁରୁରେ ପାଳନ ହୋଇଥିବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ପୂଜା କାର୍ଯ୍ୟ ସୁରୁଖୁରୁରେ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା lଆଜି ସହରର ସମସ୍ତ ବ୍ୟକ୍ତିବିଶେଷଙ୍କୁ ପୂଜା ଉପଲକ୍ଷେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଉଥିବା ଦେଖିବାକୁ ମିଳିଥିଲା l
powered by social2s

