ବରଗଡ଼: ଚଳିତ ବର୍ଷ ଠାରୁ ଭାରତ ସରକାର ସେପ୍ଟେମ୍ବର ୨୩ ତାରିଖକୁ ଆୟୁର୍ବେଦ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବିଗତ ବର୍ଷ ମାନଙ୍କରେ ଧନ୍ୱନ୍ତରି ଜୟନ୍ତୀ କୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଥିଲା । ଏହି ବର୍ଷ ଦଶମ ଆୟୁର୍ବେଦ ଦିବସ ସର୍ବଭାରତୀୟ ସ୍ତରରେ ପାଳିତ ହେଉଛି । ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ପାଇକମାଲ, ବରଗଡ଼ରେ ସେପ୍ଟେମ୍ବର ୧୭ ରୁ ୨୩ ପର୍ଯ୍ୟନ୍ତ ଆୟୁର୍ବେଦ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ସେପ୍ଟେମ୍ୱର ୧୯ ତାରିଖରେ ନୃସିଂହନାଥ ମନ୍ଦିର ପରିସରରେ ଏକ ପଥଚଳନ ଏବଂ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।
ମହାବିଦ୍ୟାଳୟର ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଲୋକମାନଙ୍କୁ ନାଟକ ମାଧ୍ୟମରେ ଆୟୁର୍ବେଦର ମହତ୍ତ୍ୱ ବୁଖାଇଥିଲେ ଏବଂ ବିବିଧ ଭେଷଜ ମାନଙ୍କ ଉପାଦେୟତା ଜଣାଇ ବ୍ୟବହାର କରିବାକୁ ନିବେଦନ କରିଥିଲେ । ସେପ୍ଟେମ୍ୱର ୨୦ ତାରିଖ ସକାଳେ ପାଇକମାଲ ବ୍ଲକ ସମ୍ମୁଖସ୍ଥ ମିଶନ ଶକ୍ତି ଅଫିସ ପାଖରେ ମଧ୍ୟ ପଥପ୍ରାନ୍ତ ନାଟକ ଉପସ୍ଥାପିତ ହୋଇଥିଲା । ଅଧ୍ୟକ୍ଷ ପ୍ରୋ: ଜଗବନ୍ଧୁ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲର ଜନସାଧାରଣ ଉପସ୍ଥିତ ରହି ଆୟୁର୍ବେଦ ବିଷୟକ ଜ୍ଞାନ ଆହରଣ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ଏକ ଫୁଡ଼ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି ଏଣୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଜନସାଧାରଣଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆୟୁର୍ବେଦ ଆହାର ବିଷୟରେ ଜାଣିବାକୁ ନିବେଦନ କରିଛନ୍ତି ।
ଆୟୁର୍ବେଦ ଦିବସ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆହୋଜନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

