ଭୁବନେଶ୍ବରରେ ବିଜେଡି କର୍ମୀ- ପୋଲିସ୍ ଧସ୍ତାଧସ୍ତି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ବିଜେଡି କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ସରକାର ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ ବିଜେଡି ନେତା, କର୍ମୀ, ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ବିକ୍ଷୋଭ ବେଳେ ବିଧାନସଭା ସମ୍ମୁଖରେ ଥିବା ଦୁଇଟି ବ୍ୟାରିକେଡ ଭାଙ୍ଗି ତୃତୀୟ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ୍ ବିକ୍ଷୋଭକାରୀଙ୍କୁ ଅଟକାଇଥିଲେ । ବିକ୍ଷୋଭକାରୀ ଜିଦ୍ ରେ ଅଟଳ ରହିଥିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବିଜେଡି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ୍ ପାଣି ମାଡ଼ କରିଥିଲା।

powered by social2s