ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱରଙ୍କ ପୀଠରେ ନଭେମ୍ବର ୩ ସୋମବାର ପାଳନ ହେବ ବଡ଼ଓଷା। ନଭେମ୍ବର ୪ ମଙ୍ଗଳବାର ସକାଳୁ ଗଜଭୋଗ ଦିଆଯିବ। ନଭେମ୍ବର ୫ରେ ଡଙ୍ଗା ଭସା ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେବ । ଅକ୍ଟୋବର ୮ରୁ ନଭେମ୍ବର ୫ ଯାଏଁ କାର୍ତ୍ତିକ ବ୍ରତ ପାଳନ କରାଯିବ। ନଭେମ୍ବର ୧ରୁ ୫ ଯାଏଁ ପବିତ୍ର ପଞ୍ଚକ ବ୍ରତ ପାଳନ କରାଯିବ। ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରସ୍ତୁତି ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି।
powered by social2s

