ଭୁବନେଶ୍ବର: ଆଜି ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ପାଇଁ ସ୍ରୁଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଘଣ୍ଟ,ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଗଗନ ପବନ। କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ଦେବୀପିଠ ମାନଙ୍କରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା କରାଯାଉଛି। ଜଗତ୍ସିଂହପୁର ଜିଲ୍ଲା ଝଙ୍କଡ଼ ସାରଳାଙ୍କ ପୀଠରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚନା। ଏଠାରେ ସ୍ବତନ୍ତ୍ର ପଣା ଓ ଚୁଡ଼ା ଭୋଗ କରାଯିବ।
ସେହିପରି ଯାଜପୁର ବିରଜା କ୍ଷେତ୍ରରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚନା।
powered by social2s

