ଭୁବନେଶ୍ୱରରେ ହେବ ବଗଚି ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ବାଗଚି ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ତିଆରି ହେବ। ଏହି ପ୍ରକଳ୍ପକୁ ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ୨୦୨୪ ସୁଧ୍ୟା ଏହା କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସୁବ୍ରତ ବାଗଚି ଓ ତାଙ୍କ ପତ୍ନୀ ସସ୍ମିତା ବାଗଚି ୨୧୦ କୋଟି ଟଙ୍କା ପ୍ରଦାନ କରିବେ। ଏଥିପାଇଁ ଇନଫୋସିଟି-୨ ନିକଟରେ ୨୦ ଏକର ଜମି ଦେବେ ସରକାର। ପ୍ରଥମ ପର୍ଯ୍ୟାୟରେ ୨୫୦ ଶଜ୍ୟା ବିଶିଷ୍ଟ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ୫୦୦ ଶଜ୍ୟାକୁ ବୃଦ୍ଧି କରାଯିବ। ଏଥିରୁ ୨୫% ଶଜ୍ୟା ମାଗଣାରେ ଗରୀବ ଲୋକଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଜଣାପଡିଛି।

powered by social2s