କାଲିଠୁ ଜଗତସିଂହପୁର ଜିଲ୍ଲାର ଧାର୍ମିକ ପୀଠରେ ଲାଗିବ ୧୪୪ ଧାରା ଜଗତସିଂହପୁର: କରୋନା ସଂକ୍ରମଣ ରୋକିବା ପାଇଁ କାଲିଠୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧାର୍ମିକ ପୀଠରେ ଲାଗିବ ୧୪୪ ଧାରା। ଏପ୍ରିଲ ୧୩ ଓ ୧୪ ରେ ଦୁଇ ଦିନ ପାଇଁ ଲାଗିବ କଟକଣା। କୋଭିଡ ସ୍ଥିତିରେ ମହାବିଷୁବ ସଂକ୍ରାନ୍ତି ଓ ଝାମୁ ଯାତ୍ରା ଉପରେ ଲଗାଯାଇଛି କଟକଣା। ଶାରଳା, ଗୋରଖନାଥ ଏବଂ ଧ୍ୟାନକୁଦ ପୀଠରେ ୧୪୪ ଧାରା ଜାରି। ବିଭିନ୍ନ ମନ୍ଦିରରେ ଭିଡ଼ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ।
powered by social2s

