କୋରାପୁଟ: କୋରାପୁଟର ମାଳିଗୁଡ଼ା ଟନେଲ୍ ଭାରତର ଚତୁର୍ଥ ବୃହତ୍ତମ ସୁଡଙ୍ଗ l ରେଳପଥରେ ସଂଯୋଗ କ୍ଷେତ୍ରରେ ଓଡିଶା ଓ ଛତିଶଗଡର ରାଜ୍ୟର ଏକ ମାତ୍ର ସାକ୍ଷୀ l ଏହି ସୁଡଙ୍ଗରେ ଭରି ରହିଛି ଅନେକ ଅକୁହା କଥା l ଯାତାୟାତ ସାଙ୍ଗକୁ ସୌନ୍ଦର୍ଯ୍ୟମୟ ପରିବେଶ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ l ଏହାରି ଭିତରେ ପ୍ରାକୃତିକ ପରିବେଶ ହୋଇଛି ବେଶ ସୌନ୍ଦର୍ଯ୍ୟମୟ l ଜିଲ୍ଳାରେ ଥିବା ଏକମାତ୍ର ମାଳିଗୁଡ଼ା ସୁଡଙ୍ଗ ଦେଶର ଚତୁର୍ଥ ସର୍ବବୃହତ୍ତମ ସୁଡଙ୍ଗ l ଏହାରି ମଧ୍ୟ ଦେଇ ଯାଇଥିବା ଜାତୀୟ ରେଳପଥ ଛତିସଗଡ଼ ଓ ଓଡ଼ିଶାକୁ ସଂଯୋଗ କରୁଛି l ଏହି ସୁଡଙ୍ଗ ସାଙ୍ଗକୁ ବ୍ରିଜ ଓ ଏହାର ଚାରିପଟେ ଥିବା ଝରଣା ଜିଲ୍ଳା ତଥା ଜିଲ୍ଳା ବାହାରୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି l ଉପରେ ରେଳ ତଳେ ଭୋଜି ଭାତ ସାଙ୍ଗକୁ ନାଚଗୀତ, ପାହାଡ଼ ଚଡ଼ା ସହ ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କୁ ଏକାଠି କରିଛି l ୧୯୬୧ ମସିହାରେ ଜାପାନର ସହଯୋଗରେ ନିର୍ମାଣ ହୋଇଥିଲା ଏହି ସୁଡଙ୍ଗ l ମାଳିଗୁଡା ସୁଡଙ୍ଗ ଓ ଏଠାରେ ଥିବା ପୋଲ ଅନେକ ଅକୁହା କଥାକୁ ବର୍ଣ୍ଣନା କରୁଛି l ଜୟପୁର ଠାରୁ ୧୩ କିଲୋମିଟର ଏବଂ କୋରାପୁଟ ଠାରୁ ୨୭ କିଲୋମିଟର ଦୁରରେ ରହିଛି ମାଳିଗୁଡ଼ା ଟନେଲ l କୋରାପୁଟ ଜିଲ୍ଳାରେ ଭରି ରହିଛିି ପର୍ଯ୍ୟଟନ ସ୍ଥଳ l ପରିବେଶର ବେଶ ମଜା ନେବାକୁ ବୁଲି ଆସୁଥିବା ଲୋକ ମାଳିଗୁଡା ଟନେଲ୍ ସହିତ ସେଲ୍ପି ନେବାକୁ ଭୁଲୁନାହାନ୍ତି l ମାଳିଗୁଡା ଟନେଲ୍ ସାଙ୍ଗକୁ ବଣ ଜଙ୍ଗଲ ଘେରା ପରିବେଶରେ କିଛି ସମୟ ବିତାଇବା ସହ ମନଲୋଭ ସୌନ୍ଦଯ୍ୟର କିଛି ମୁହୂର୍ତ୍ତକୁ ନିଜ ମୋବାଇଲରେ କଏଦ କରିବାକୁ ଭୁଲୁନାହାନ୍ତି l ପ୍ରତିଦିନ ଏହି ସ୍ଥାନକୁ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ଦେଖା ଦେଇଅଛି l ଏଭଳି ଆଜି ମଧ୍ୟ କିଛି ପର୍ଯ୍ୟଟକ ଏଇ କୋରାପୁଟ ଜିଲ୍ଲାର ମାଳିଗୁଡା ଟନେଲ୍ ବୁଲି ଆସି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଭୁଲି ନାହାଁନ୍ତି l ଏଭଳି ପର୍ଯ୍ୟଟନ ସ୍ଥାନର ଉନ୍ନତି କରିବା ଦରକାର ବୋଲି ମତ ରଖିଛନ୍ତି ମାଳିଗୁଡା ବୁଲି ଆସିଥିବା ପର୍ଯ୍ୟଟକ l
ଦେଶର ଚତୁର୍ଥ ବୃହତ୍ତମ ସୁଡଙ୍ଗ କୋରାପୁଟର ମାଳିଗୁଡ଼ା ଟନେଲ୍: ସୌନ୍ଦର୍ଯ୍ୟମୟ ପରିବେଶ ଯୋଗୁଁ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

