ଭୁବନେଶ୍ବରରେ ଅନଲାଇନ୍ ଅଟୋ ସେବା ଠପ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରରେ ବନ୍ଦ ରହିଛି ଅନଲାଇନ୍ ଅଟୋ ସେବା । ଅନଲାଇନ୍ ଅଟୋ ଚାଳକଙ୍କୁ ଷ୍ଟେସନ ଅଟୋ ଚାଳକ ମାଡ଼ ମାରିଥିବା ଅଭିଯୋଗରେ କ୍ୟାପିଟାଲ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ସ୍ମାର୍ଟ ସିଟି ଅଟୋ ଚାଳକ ମହାସଂଘର ସଦସ୍ୟ ମାନେ। ଗଜଲକ୍ଷ୍ମୀ ପୂଜା ପୂର୍ବ ଦିନ ଯାତ୍ରୀ ଉଠାଇବାକୁ ନେଇ ଅନଲାଇନ୍ ଓ ଷ୍ଟେସନ ଅଟୋ ଚାଳକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଷ୍ଟେସନ ଅଟୋ ସଂଘର କିଛି ସଦସ୍ଯ ଅନଲାଇନ୍ ଅଟୋ ଚାଳକଙ୍କୁ ମାଡ଼ ମାରିଥିବା ଖାରବେଳ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ଦୁଇ ସଂଘର କିଛି ସଦସ୍ୟଙ୍କୁ ଗିରଫ କରିଥିଲା। ତେବେ କେବଳ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ଗିରଫ କରି ନିର୍ଦୋଷଙ୍କୁ ଛାଡ଼ିବା ଦାବି କରି ଥାନା ସମ୍ମୁଖରେ ଅଟୋ ରଖି ଧାରଣା ଦିଆଯାଇଛି।

powered by social2s