ଭୁବନେଶ୍ୱର: ଭୁବନେଶ୍ବର ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଏକ ସ୍କୁଟରରେ ବାଣ ବିସ୍ଫୋରଣ ଘଟି ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ଛୋଟ ପିଲା ମଧ୍ୟ ରହିଥିବା ସୂଚନା ମିଳିଛି। ସ୍କୁଟର ଡିକିରେ ବାଣ ନେଇ ଆସୁଥିବା ବେଳେ ଅଚାନକ ଅଗ୍ନି ଲାଗି ବିସ୍ଫୋରଣ ଘଟିଥିଲା। ଅଗ୍ନିଶମ ବିଭାଗ ଓ ପୁଲିସ ଦଳ ଶୀଘ୍ର ସ୍ଥଳରେ ପହଞ୍ଚି ଅଗ୍ନିକୁ ନିୟନ୍ତ୍ରଣରେ ଆଣିଥିଲେ ଓ ଆହତମାନଙ୍କୁ ହସ୍ପିଟାଲ୍କୁ ପଠାଇଥିଲେ।
powered by social2s

