ଭୁବନେଶ୍ୱରରେ ପୁନଃ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଏମସି ପକ୍ଷରୁ କୋଭିଡ ହସ୍ପିଟାଲ ଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଏଦିଗରେ ପଦକ୍ଷେପ ନେଇ ଆଜିଠୁ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଖୋଲିଛି। 

ଏଥିରେ ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। 

ସେହିଭଳି ସମ୍ କୋଭିଡ ହସ୍ପିଟାଲ ଶଯ୍ୟା ସଂଖ୍ୟା ୨୫୦ ରୁ ୫୦୦ କୁ ବୃଦ୍ଧି କରାଯାଇଛି। 

ବଢୁଥିବା ସଂକ୍ରମଣ ଯୋଗୁଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଛି। 

ସେହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ବରଗଡ଼, ନୂଆପଡ଼ା, କଟକ ଓ କଳାହାଣ୍ଡି। 

ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଡ଼ ଜୋନ ଅନ୍ତର୍ଭୁକ୍ତ କରାଯାଇଛି।

 

powered by social2s