ଭୁବନେଶ୍ୱର: ଆଜି ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମ ଦିନ ହୋଇଥିବାରୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଇଥାଏ।
ମନ୍ଦିରରେ ପଣା ଓ ଛତୁଆ ଭୋଗ କରାଯାଇଥାଏ।
ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ସହ ଆଜି ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ହେଲେ ଏ ବର୍ଷ କରୋନା କଟକଣା ଯୋଗୁ ମନ୍ଦିରରେ ସିମୀତ ସଂଖ୍ୟକ ଲୋକଙ୍କୁ ନେଇ ପଣା ସଂକ୍ରାନ୍ତି ପାଳନ ହେଉଛି। ଆଜି ଦିନରେ ଜଗତସିଂହପୁର ଜିଲ୍ଲା ମା ଶାରଳାଙ୍କ ପୀଠରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାଜୁ ମିଳିଥାଏ, କିନ୍ତୁ ଏ ବର୍ଷ କରୋନା ଦୃଷ୍ଟି ରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ଜିଲ୍ଲାର ଗୋରଖନାଥ ଓ ଅନ୍ୟ ୨୦ ଟି ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।
ଭୁବନେଶ୍ୱରରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ ହୋଇପାରିବନି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
powered by social2s

