ବାତ୍ୟା ପାଇଁ ରେଡ୍‌ ଜୋନ୍‌ରେ ଓଡ଼ିଶାର ୮ ଜିଲ୍ଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ବାତ୍ୟା ପାଇଁ ରେଡ୍‌ ଜୋନ୍‌ରେ ଓଡ଼ିଶାର ୮ ଜିଲ୍ଲା ରହିଥିବା ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ରେଡ୍‌ ଜୋନ୍‌ ରେ ରଖାଯାଇଛି । ଏହି ଜିଲ୍ଲା ଗୁଡ଼ିକ ଉପରେ ବାତ୍ୟାର ପ୍ରତିଫଳନ ଅଧିକ ରହିବ। ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ପରି ଜିଲ୍ଲା ପ୍ରଭାବିତ ହୋଇପାରେ। ଭଦ୍ରକ, ଜଗତସିଂହପୁର ମଧ୍ୟ ପ୍ରଭାବିତ ହୋଇପାରେ। ପ୍ରଭାବିତ ହେବାକୁ ଥିବା ସ୍ଥାନରେ ଓଡ୍ରାଫ ଓ ଏନ୍ ଡି ଆର ଏଫ୍ ଟିମ୍ ମୁତୟନ ରହିବେ। ମାଲକାନଗିରି ଜିଲ୍ଲାରେ ୩ଟି ଓଡ୍ରାଫ, ଗୋଟିଏ ଏନ୍ ଡି ଆର ଏଫ୍ ଟିମ୍ ଓ ୮ଟି ଅଗ୍ନିସମ ବିଭାଗ ଟିମ୍ ମୁତୟନ ଅଛନ୍ତି। ରିଲିଫ୍ ସେଣ୍ଟର ଓ ହସ୍ପିଟାଲ ପାଇଁ ବିକଳ୍ପ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଛି। ମାଟି କିମ୍ବା ପଥରେ ଖସି ରାସ୍ତା ଅବରୋଧ ହେଲେ ତୁରନ୍ତ ସଫା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

powered by social2s