ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ କଇଝର୍ ମଣ୍ଡଳ ର ୧୦୦ ଶତାବ୍ଦୀ ପୁରାଣ ଅବସର ର କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ କଇଁଝର ପଞ୍ଚାୟତ ସମ୍ମୁଖରେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ତରଫରୁ ଏକ ରାଲି ମାଧ୍ୟମରେ ଗଣବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସଂଘ ୧୯୨୫ ମସିହା ସେପ୍ଟେମ୍ବର ୨୭ ତାରିଖ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିବା ବେଳେ ଏହା ଶିଶୁ ମନ୍ଦିର, ଏକଲ ବିଦ୍ୟାଳୟ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗି ଦଳ, ବନବାସୀ କଲ୍ୟାଣ ଆଶ୍ରମ, ହରିକଥା ତଥା ସଂଘ ତରଫରୁ ଇରେଜ ମାନଙ୍କୁ ଭାରତରୁ ବିତାଡ଼ିତ ଏଭଳି ବିଭିନ୍ନ କାର୍ଯ୍ୟ କରୁଛି। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେପି ଉପସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ପାତ୍ର, ବକ୍ତା ଭାବେ ଜିଲ୍ଲା ସାମାଜିକ ସଦଭାବନା ସଂଯୋଜକ ଶ୍ରୀଯୁକ୍ତ ବିରେନ୍ଦ୍ର ପ୍ରଧାନ , ସମ୍ମାନିତ ଭାବେ କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ କାର୍ଯ୍ୟବାହ ଶ୍ରୀଯୁକ୍ତ ଅରବିନ୍ଦ ପ୍ରଧାନ ଯୋଗଦେଇଥିଲେ । ଉକ୍ତ ବୈଠକରେ ହିନ୍ଦୁ ଧର୍ମକୁ ଦେଶପ୍ରେମ ପ୍ରତି ବଜାୟ ରଖିବା,ହିନ୍ଦୁ ପରିବାର କୁ ଏକତା କରିବା,ମନ୍ଦିର ଓ ଦେବା ଦେବୀପୂଜା ପାଠ ବଜାୟ ରଖିବା, ଦେଶ କୁ କିଭଳି ଉନ୍ନତ କରିବା ତାହା ହେଉଛି ମୂଳଲକ୍ଷ୍ୟ। ଏଥିରେ ଗ୍ରାମ ବିକାଶ ସମିତି ଟିକାବାଲି ଘଣ୍ଡ ସଂଯୋଜକ ବିଶ୍ଵନାଥ କହଁର, ଅଭିରାମ କହଁର, ପରେଶ କହଁର, ଅସ୍ପିନ କହଁର ସହଯୋଗ କରିଥିଲେ। ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ।

powered by social2s