ତୁମୁଡି଼ବନ୍ଧ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା - ୨୦୨୫ ବର୍ଷ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ତୁମୁଡ଼ିବନ୍ଧ: (ବାଳକୃଷ୍ଣ କହଁର ) ମତ୍ସ୍ୟ ସମ୍ପଦ ଓ ପଶୁ ଚିକିତ୍ସା ବିଭାଗୀୟ ଆନୁକୂଲ୍ୟ ରେ ତୁମୁଡ଼ିବନ୍ଧ ସ୍ଥିତ ପଶୁ ଚିକିତ୍ସାଳୟ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ବର୍ଷ ର ସଫଳତା ସହ ଆୟୋଜିତ ହୋଇଯାଇଛି। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର କାର୍ଯ୍ୟକାରିତା କୁ ସୁନିଶ୍ଚିତ କରିବା।ଏହି କାର୍ଯ୍ୟକ୍ରମ ଜରିଆରେ ମାଛ, ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ଘୁଷୁରୀ ଆଦି ଚାଷ କରୁଥିବା ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଯାହା ଫଳରେ ସେମାନେ ଅଧିକ ରୁ ଅଧିକ ଲାଭବାନ ହୋଇପାରିବ । ଏହି ଅବସର ରେ ବ୍ଲକର ବିଭିନ୍ନ ପଞ୍ଚାୟତ ର କେତେକ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଚାଷୀମାନଙ୍କୁ ଉପଢୌକନ, ମାନପତ୍ର, ଟ୍ରଫି ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ଏବଂ କୃଷି ଏବଂ ପ୍ରାଣି ବିଭାଗର ମିଲେଟ ମିସନ୍, ହଳଦୀ ଗୁଣ୍ଡ, ଗୋ ଖାଦ୍ୟ ଇତ୍ୟାଦି ବିଭିନ୍ନ ଷ୍ଟୋଲ ଗୁଡ଼ିକ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲିଗୁଡା ବିଧାୟକ ମହୋଦୟ ଶ୍ରୀଯୁକ୍ତ ଚକ୍ରମଣି କହଁର ,ସମ୍ମାନିତ ଅତିଥି ତୁମୁଡି଼ବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତି ମାଝି,ଜିଲ୍ଲା ପରିଷଦ ସଦସ୍ୟ ମହୋଦୟ ତୁମୁଡି଼ବନ୍ଧ ଶ୍ରୀଯୁକ୍ତ ନବିନ ପାତ୍ର, ମାନ୍ୟବର ସାଂସଦ ପ୍ରତିନିଧି ମହୋଦୟ ତୁମୁଡି଼ବନ୍ଧ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଗୋଷ୍ଠୀ ଉନୟନ ଅଧିକାରୀ ତୁମୁଡି଼ବନ୍ଧ ଶ୍ରୀଯୁକ୍ତ ବନବିହାରୀ ହରପାଲ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପ୍ରାଣୀ କଲ୍ୟାଣ ବିଭାଗୀୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ଡକ୍ଟର ଦିଗ୍ ବିଜୟ ଗିରି , ଅତିରିକ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀ ଉତ୍ପାଦନ ବିଭାଗୀୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ଡକ୍ଟର ପିୟୁଷ ରଞ୍ଜନ ସୋରେନ୍, ଅତିରିକ୍ତ ପ୍ରାଣୀ ଚିକିତ୍ସାଳୟ ତଥା ପ୍ରାଣୀ ରୋଗ ନିୟନ୍ତ୍ରଣ ବିଭାଗୀୟ ଅଧିକାରୀ କନ୍ଧମାଳ ଡକ୍ଟର ପ୍ରଣବ କିଶୋର ପଟ୍ଟନାୟକ ,ମୁଖ୍ୟ ବକ୍ତା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ବାଲିଗୁଡ଼ା ଶ୍ରୀଯୁକ୍ତ ଡକ୍ଟର ଲମ୍ବୋଦର ମହାପାତ୍ର ,ବିଶେଷ ଅତିଥି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ଡକ୍ଟର ଭାଗବତ ଘୋଷ, ଜିଲ୍ଲା ମତ୍ସ୍ୟ ଅଧିକାରୀ କନ୍ଧମାଳ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ତୁମୁଡି଼ବନ୍ଧର ଭି.ଏସ୍.ଏସ୍., ଶ୍ରୀଯୁକ୍ତ ଅନଙ୍ଗ କୁମାର ଦାସ ସୁନ୍ଦର ଭାବରେ ପରିଚାଳନା କରିଥିବା ବେଳେ ତୁମୁଡି଼ବନ୍ଧ ର ସମସ୍ତ ଏଲ୍.ଆଇ ମାନେ ସହଯୋଗ କରିଥିଲେ । ଏହି ମେଳା ଅଞ୍ଚଳ ର ଚାଷୀମାନ ଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି। କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ।

powered by social2s