ଏଆଇ ଭିଡ଼ିଓ ରେ ଶ୍ରୀୟା ଚଣ୍ଡାଳୁଣୀ ଓ ଶ୍ରୀଜଗନ୍ନାଥ, ଶ୍ରୀଜଗନ୍ନାଥ ବଡ଼ ଦେଉଳ, ଭକ୍ତ ଶିରୋମଣି କାହାଣୀ ୟୁଟ୍ୟୁବ ରେ ଲବଣଗିରି ଜଗନ୍ନାଥ ମନ୍ଦରରେ ଲୋକାର୍ପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ଆରଟିଫିସିଆଲ୍ ଇଣ୍ଟିଲିଜେନ୍ସ ଭିଡ଼ିଓ ରେ ଶ୍ରୀୟା ଚଣ୍ଡାଳୁଣୀ ଓ ଶ୍ରୀଜଗନ୍ନାଥ, ଶ୍ରୀ ଜଗନ୍ନାଥ ବଡ଼ ଦେଉଳ, ଭକ୍ତ ଶିରୋମଣି ଦାସିଆ କାହାଣୀ ୟୁଟ୍ୟୁବ ରେ ସୁନ୍ଦରପଦା ଜାମୁକୋଳି ରେ ଥିବା ଲବଣଗିରି ଜଗନ୍ନାଥ ମନ୍ଦରରେ ଲୋକାର୍ପଣ କରାଯାଇଛି। ପୂର୍ବରୁ ପ୍ରଥମାଷ୍ଟମୀ, ରୋହିଣୀ କୁଣ୍ଡ ଓ ଭୂଷଣ୍ଡ କାକ, ମୁକ୍ତି ମଣ୍ଡପ, କାଣ୍ଡଗୋଦା ମନେଇ ସାହୁ, କରମାବାଇ ଖେଚୁଡ଼ି, ଗଜେନ୍ଦ୍ର ହାତୀ, ହରି କଥା କୁଵଜା ସୁନ୍ଦରୀ ଓ ବ୍ରହ୍ମ ପୁରାଣ କାହାଣୀ, ଅଭିମନ୍ୟୁ ଜଣେ ମହାନ ଯୋଦ୍ଧା, ଅଅଁଳା ନବମୀ ଓ ରାଧାପାଦ ଦର୍ଶନ,ପଶୁବଳି ଏକ ଜଘନ୍ୟ କାର୍ଯ୍ୟ "ଶ୍ରୀ ଜଗନ୍ନାଥ ଓ ଭକ୍ତ ରାଜା ଇନ୍ଦ୍ରଦୁମ୍ନ" "ଶ୍ରୀଜଗନ୍ନାଥ ମନ୍ଦିର " ଉପରେ କରାଯାଇଥିବା ଏଆଇ ଭିଡ଼ିଓ ମଧ୍ୟ ଲୋକାର୍ପିତ କରାଯାଇଛି । ବିଭିନ୍ନ ସମୟ ରେ ବହୁ ସାଧୁ ସନ୍ଥ ଓ ଭକ୍ତ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଯାଇଛନ୍ତି। ଜଗତର ନାଥ ଶ୍ରୀଜଗନ୍ନାଥ ସାରା ଜଗତ ର ନାଥ ଅଟନ୍ତି । ତେଣୁ ତାଙ୍କୁ ଭାରତ ର ବିଭିନ୍ନ ମହାନ ଗୁରୁ, ଭକ୍ତ ଜଗନ୍ନାଥ ପ୍ରେମି ଓ ସଦଗୁରୁ ମାନେ ଆସି ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଯାଇ ଛନ୍ତି ସେମାନଙ୍କ ବିଷୟରେ ମଧ୍ୟ ଆଗାମୀ ଦିନରେ ଭିଡ଼ିଓ କରାଯଆଇ ୟୁଟ୍ୟୁବ ରେ ଲୋକାର୍ପିତ କରାଯିବାକୁ ସ୍ଥିର କରା କରାଯାଇଛି। ମହାପ୍ରଭୁ ଙ୍କ ଲୀଳା ଓ ମହିମା ବିଷୟରେ ଜନସାଧାରଣ ଙ୍କ ଅବଗତି ଓ ପ୍ରଚାର ଓ ପ୍ରସାର ପାଇଁ ଏହି ପରି କାର୍ଯ୍ୟକ୍ରମ କରାଯାଉଛି ଓ ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ବିଷୟରେ ବହୁ ଭିଡ଼ିଓ କରାଯିବାକୁ ସ୍ଥିର କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ଅକ୍ଷୟ ସାହୁ, ବିଜୟ ପଣ୍ଡା, ଭଗବାନ ଦାଶ, ଭାରତୀ ଭୂଷଣ ପଟ୍ଟନାୟକ, ଶରତ ମହାପାତ୍ର, ସୁରେଶ ମିଶ୍ର, ଶ୍ରୀନିବାସ ରାଓ ମାନଙ୍କ ଦ୍ୱାରା ୟୁଟ୍ୟୁବ ରେ ଲବଣଗିରି ଶ୍ରୀଜଗନ୍ନାଥ ମନ୍ଦିର ବରକୁଦା ରେ ଲୋକାର୍ପଣ କରାଯାଇଛି। ଏହି ପ୍ରୟାସ କୁ ଜଗନ୍ନାଥ ପ୍ରେମି ମାନେ ସାହାଯ୍ୟ ଓ ସହଯୋଗ କରିବା ସହ ନିଜେ ଦେଖି ଅନ୍ୟକୁ ସେଆର କରିବାକୁ ଅନୁରୋଧ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ର ସଦସ୍ୟ ମାନେ।

powered by social2s