କଟକର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ଆଙ୍ଗିକ’ ଆନୁକୂଲ୍ୟ ରେ "ନବରସ ନୃତ୍ୟଉତ୍ସବ ୨୦୨୫" ଅୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ଆଙ୍ଗିକ’ ଆନୁକୂଲ୍ୟ ରେ "ନବରସ ନୃତ୍ୟଉତ୍ସବ ୨୦୨୫” ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ନୂତନ ଓ ଯୁବ କଳାକାରମାନଙ୍କୁ ଓଡ଼ିଶାର ପାରମ୍ପାରିକ ଓଡ଼ିଶୀ ନୃତ୍ୟ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ କଟକ ମ୍ୟୁନିସିପାଲ କର୍ପୋରେଟର୍ ତଥା ସମ୍ପାଦକ ବିଜେପି ଯୁବମୋର୍ଚ୍ଚା ଶ୍ରୀ ଗଗନ କୁମାର ଓଝା, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀମତୀ ମଧୁଛନ୍ଦା ମିଶ୍ର, ବିଶିଷ୍ଟ ଓଡ଼ିଶୀ ଗୁରୁ ଶ୍ରୀ ଆଶିଷ ଦାସ ଓ ବିଶିଷ୍ଟ ସୀତାର ବାଦକ ଗୁରୁ ଶ୍ରୀ ସ୍ଵପ୍ନେଶ୍ଵର ଚକ୍ରବର୍ତ୍ତୀ ଯୋଗଦେଇ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ପାଇଁ ଯୁବପିଢୀର ଗୁରୁତ୍ୱ ଉପରେ ଉଦ୍‌ବୋଧନ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । ଆଙ୍ଗିକର ପ୍ରତିଷ୍ଠାତା ତଥା ସମ୍ପାଦିକା ଗୁରୁ ଶ୍ରୀମତୀ ଶ୍ରାବଣୀ ମିତ୍ରଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଉତ୍ସବକୁ ନୃତ୍ୟଶିଳ୍ପୀ ମଲ୍ଲୀକା ମିତ୍ର ଓ ଭକ୍ତିଲତା ରାମ୍ ପରିଚାଳନା କରିଥିଲେ । ଅନୁଷ୍ଠାନର କୁନି କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ଖୁବ୍ ଆଦୃତ୍ତ ହୋଇଥୁଲା ଏବଂ ବରିଷ୍ଠ କଳାକାରଙ୍କ ଦ୍ଵାରା ପରିବେଷିତ ପଲ୍ଲବୀ ରୁଦ୍ରାଷ୍ଟକମ୍ ଓ ଦଶବତାର ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ଶ୍ରୀ ବିଶ୍ଵଜିତ୍ ବଳିୟାରସିଂ ମଞ୍ଚ ପରିଚାଳନା କରିଥିଲେ ।

powered by social2s