ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆରମ୍ଭ ହେଲା ଭୁବନେଶ୍ବର ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ। ବିଏମ୍‌ସି ଓ ବିଡିଏ ମିଳିତ ଟିମ୍ ପକ୍ଷରୁ ସାଲିଆ ସାହିରେ ଉଚ୍ଛେଦ କାର୍ଯ୍ୟ ହାତକୁ ନିଆଯାଇଛି। ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ କରାଯାଉଛି। ନଭେମ୍ବର ୨୪ ତାରିଖ ଯାଏଁ ପାଖାପାଖି ୫୧୭ ଘର ଉଚ୍ଛେଦ ଲକ୍ଷ୍ୟ ରଖାଯାଇଛି। ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିବା ସୂଚନା। ଜେସିବି ଆଗରେ ଧାରଣା ଦେଇ ବସ୍ତିବାସିନ୍ଦା ବିରୋଧ କରୁଥିବା ଜଣାପଡ଼ିଛି।

powered by social2s