ଭୁବନେଶ୍ବର: ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୨୧ ଯାଏଁ ଚାଲିବ ପରୀକ୍ଷା । ଡିସେମ୍ବର ୧୫ରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ମିଳିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତ ଦୁଇ କାଉନ୍ସିଲ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ କହିଛନ୍ତି ଯେ କଳାରେ ୨ ଲକ୍ଷ ୫୬ ହଜାର ୪୩, ବାଣିଜ୍ଯରେ ୨୪,୫୩୩, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୨୩୮ ଓ ଧନ୍ଦାମୂଳକ ଶିକ୍ଷାରେ ୫,୯୨୩ ଜଣ ପିଲା ଫର୍ମ ପୂରଣ କରିଛନ୍ତି। ଚଳିତ ବର୍ଷ ୧୩୫୦ ଟି ପରୀକ୍ଷା କେନ୍ଦ୍ର ନିର୍ଦ୍ଧିଷ୍ଟ କରାଯାଇଛି। ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯିବ । ସମସ୍ତ ୨୧୦ଟି ହବ୍ ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ୟାମେରା ରହିବ। ଜାନୁଆରୀ ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାସ୍ଟ ଓ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯିବ।
powered by social2s

