ଭୁବନେଶ୍ବର: ଗ୍ରାମ ବିକାଶର ସଂସ୍ଥାପକ ତଥା ପ୍ରେରଣାଦାୟୀ ସମାଜ ସେବୀ ଓ ଗ୍ରାମୀଣ ପରିବର୍ତ୍ତନର ବାର୍ତ୍ତାବହ ଭାବରେ ପରିଚିତ ଶ୍ରୀ ଜୋ ମାଡିଆଥଙ୍କ ୭୫ତମ ଜନ୍ମଦିବସ ତଥା ମହୁଡାରେ ଗ୍ରାମବିକାଶର ୫୦ ବର୍ଷ ପୂର୍ତ୍ତି ଊତ୍ସବ ୩ ଡିସେମ୍ବର ୨୦୨୫ରେ ଗ୍ରାମବିକାଶର ମୁଖ୍ୟ କାର୍ଯ୍ୟ।ଳୟ ମହୁଡାଠାରେ ବିଶେଷ ଉତ୍ସାହ ଉଦ୍ଦୀପନା, ସ୍ନେହ, ଶୁଭେଚ୍ଛା ଏବଂ ଆତ୍ମୀୟତାର ସହ ପାଳନ କରାଯାଇଅଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ତଥା ଦେଶ ବିଦେଶରୁ ଆସିଥିବା ପ୍ରାୟ ୫୦୦-୬୦୦ ଅତିଥି ଏଥିରେ ଯୋଗଦାନ କରିଥିଲେ । ଏହି ଜନ୍ମଦିନର ସମାରୋହରେ ଗ୍ରାମବିକାଶର ପରିଚାଳନା ପରିଷଦର ସଦସ୍ୟ ବୃନ୍ଦ, ବିଭିନ୍ନ ସହଯୋଗୀ ସଂଗଠନର କର୍ମକର୍ତ୍ତା, ଗ୍ରାମବିକାଶ କାର୍ଯ୍ୟରତ ଗ୍ରାମର ନେତୃବୃନ୍ଦ, ପୂର୍ବତନ କର୍ମଚାରୀ, ଗ୍ରାମବିକାଶ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ଗ୍ରାମ ବିକାଶ ସ୍କୁଲ ଶିକ୍ଷକ,ଶିକ୍ଷୟତ୍ରୀ ଓ ସମର୍ଥକମାନେ ଏହି ସ୍ମରଣୀୟ ସମାରୋହରେ ଯୋଗଦାନ କରି ଗ୍ରାମବିକାଶ ତଥା ଜୋ ମାଡିଆଥଙ୍କ ସହ ଜଡିତ ନିଜ ନିଜର ଅନୁଭୂତି ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ସଖାଳ ୧୦ଘଟିକାରେ କାର୍ଯ୍ୟକ୍ରମର ଆରମ୍ଭ କରଯାଇଥିଲା ଏବଂ ଗ୍ରାମ ବିକାଶ ବୋର୍ଡ ସଦସ୍ୟ ଶ୍ରୀ ସଞ୍ଜୀବ ନାୟକଙ୍କ ନିଜର ସ୍ଵାଗତ ବକ୍ତବ୍ୟରେ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ । ଏହାପରେ ଗ୍ରାମବିକାଶ କର୍ମୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରଯାଇଥିଲା । କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ହୋଇଥିଲା “Joe@MOHUDA - Book of Friends” ପୁସ୍ତକ ଉନ୍ନମୋଚନ । ଏହି ପୁସ୍ତକଟି ହେଉଛି ସମୟର ସାକ୍ଷୀ ସ୍ୱରୂପେ ସଂଗୃହୀତ —ଶ୍ରୀ ଜୋଙ୍କ ଦୀର୍ଘ ଯାତ୍ରାକୁ ସ୍ପର୍ଶ କରିଥିବା ମିତ୍ର, ସହକର୍ମୀ, ଗ୍ରାମ ନେତୃବୃନ୍ଦ, ସମର୍ଥକ ଓ ସହଯୋଗୀମାନଙ୍କ ସ୍ମୃତି, ଚିନ୍ତନ, ସାକ୍ଷ୍ୟ ଓ ହୃଦୟସ୍ପର୍ଶୀ ଅନୁଭବର ଏକ ସମୃଦ୍ଧ ପୁଞ୍ଜ । ପରେ ଜନ୍ମଦିନ କେକ କଟାଯିବା ସହ, ଜନ୍ମଦିନ ସଙ୍ଗୀତ, ଏବଂ ଗ୍ରାମବିକାଶ କାର୍ଯ୍ୟରତ ସମୁଦାୟ ଲୋକଙ୍କ ପାରମ୍ପରିକ ସଙ୍ଗୀତରେ ସମାରୋହ ଉତ୍ସବ ଆହୁରି ରଙ୍ଗିନ ହୋଇଉଠିଥିଲା । ବିଭିନ୍ନ ସଂଗଠନ, ଗ୍ରାମ୍ୟ ସମୁଦାୟ ଓ ପୂର୍ବତନ ସହଯାତ୍ରୀମାନେ ଗ୍ରାମବିକାଶ ତଥା ଜୋ ମେଡିଆଥଙ୍କ ସହ ଜଡିତ ନିଜର ଅନୁଭବ ଓ କୃତଜ୍ଞତା ଭାବନାକୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ବିଜୟ ମହାଜନ (ରାଜୀବ ଗାନ୍ଧୀ ଫାଉଣ୍ଡେସନ୍), ଜଗଦାନନ୍ଦ, ସହ-ସଂସ୍ଥାପକ, CYSD, ଜେକବ ଥୁଣ୍ଡ୍ୟଲ (ସଂସ୍ଥାପକ ପ୍ରେମ), ସୁବୋଧ ପଟ୍ଟନାୟକ (ନାଟ୍ୟଚେତନା), ଗୋବିନ୍ଦ ଦଳାଇ (ଯୁବ ଵିକାଶ), ସୁକାନ୍ତ ପଟ୍ଟନାୟକ (ସେବା ଭାରତୀ) ଏବଂ ଗ୍ରାମ ବିକାଶର ବୋର୍ଡ ସଦସ୍ୟ ସଞ୍ଜୀବ ନାୟକ, ଭିନା ଯୋଶୀ, ବିରେନ୍ ଭୁଟା, ଅନୁପ ମହାପତ୍ର ପ୍ରମୁଖ ଉପସ୍ଥିତ ରହି ଜୋ’ଙ୍କ ସହିତ ନିଜର ଅନୁଭବ ସହ ଶୁଭେଚ୍ଛାବାର୍ତ୍ତା ପ୍ରଦାନ କରିଥିଲେ । ବରିଷ୍ଠ ସମାଜସେବୀ ଜଗଦାନନ୍ଦ ନିଜର ଅଭିଭାଷଣରେ କହିଥିଲେ ଯେ ଜୋ’ଙ୍କର ଦୂରଦର୍ଶିତା ଓ ଗ୍ରାମୀଣ ସ୍ତରରେ ସମାଜ ସେବାର ଅବଦାନ ପାଇଁ ରାଜ୍ୟ ଓ ଜାତୀୟ ସରକାରୀ ସ୍ତରରେ ଯେତିକି ସ୍ଵୀକୃତି ଓ ସମ୍ମାନ ମିଳିବା କଥା, ତାହା ମିଳିପାରିନାହିଁ ବୋଲି କ୍ଷୋବପ୍ରକାଶ କରିଥିଲେ । ସେହିପରି ସୁକାନ୍ତ ପଟ୍ଟନାୟକ ନିଜର ବକ୍ତବ୍ୟରେ ଜୋ’ଙ୍କର କାର୍ଯ୍ୟସାଧନା ପାଇଁ ସରକାରୀ ସ୍ତରରେ ପଦ୍ମ ପୁରସ୍କାର ର ସୁପାରିସ୍ ସହ ସମ୍ମାନିତ କରିବା ପାଇଁ କାର୍ଯ୍ୟପନ୍ଥାର ଗ୍ରହଣର ଆବଶ୍ୟକତା କହିଥିଲେ । ଗ୍ରାମ ବିକାଶର ପୂର୍ବତନ ବରିଷ୍ଠ ସହକର୍ମୀ ଜୟପଦ୍ମା ଆର.ବି ଏବଂ ଗଙ୍ଗାଧର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଗ୍ରାମବିକାଶର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲିବି ଟି. ଜନସନ୍, ଉପସ୍ଥିତ ସମସ୍ତ ଅତିଥିଙ୍କୁ ଏହି ସମାରୋହରେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଜୋ ମାଡିଆଥଙ୍କ ୭୫ତମ ଜନ୍ମଦିନ ମହାସମାରୋହରେ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

