ସେଞ୍ଚୁରିଆନ ୟୁନିଭର୍ସିଟି- ନୌବାଣିଜ୍ୟ ମହାନିର୍ଦ୍ଦେଶାଳୟ ସହଭାଗିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସେଞ୍ଚୁରିଆନ ୟୁନିଭର୍ସିଟି ସ୍କୁଲ ଅଫ୍ ମାରିଟାଇମ ଷ୍ଟଡିଜର ଇନକ୍ୟୁବେସନ ସେଣ୍ଟର ସିବର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ପକ୍ଷରୁ କେନ୍ଦ୍ର ବନ୍ଦର, ନୌବାଣିଜ୍ୟ ଏବଂ ଜଳପଥ ମନ୍ତ୍ରଣାଳୟ ଅଧିକ ନୌବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏସ୍‌) ସହ ସହଭାଗିତାରେ ସାମିଲ ହୋଇଛି । ନିକଟରେ ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମାରିଟାଇମ ୱିକ ଅବସରରେ ସିବର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ଗ୍ରୁପ ଏମ୍‌ଡି ତଥା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମ୍ୟାରିଟାଇମ ଷ୍ଟଡିଜର ନିର୍ଦ୍ଦେଶକ କ୍ୟାପଟେନ ବିକାଶ ପାତ୍ର ପାତ୍ର ଏବଂ ନୌବାଣିଜ୍ୟ ମହାନିର୍ଦ୍ଦେଶକ ଶ୍ୟାମ ଜଗନାଥନଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ଦେଶର ନୌବାଣିଜ୍ୟ ତାଲିମ ଇକୋସିଷ୍ଟମକୁ ଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଦିଗରେ ସିବର୍ଣ୍ଣ ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ଏକ ଅତ୍ୟାଧୁନିକ ମ୍ୟାନ ମଡେଲ ଜାହାଜ ପରିଚାଳନା ସେଣ୍ଟର ସ୍ଥାପନ କରିବ । ଏଠାରେ ବିଶ୍ୱ ସ୍ତରୀୟ ସିମୁଲେସନ ଏବଂ ରିସର୍ଚ୍ଚ ସୁବିଧା ରହିବ । ଉଭୟ ଜାହାଜ ପରିଚାଳନା, ବନ୍ଦର ପରିଚାଳନା ଏବଂ ଅନ୍ୟ ଆନୁଷଙ୍ଗିକ ତାଲିମ ଏଠାରେ ପ୍ରଦାନ କରାଯିବ । ସମନ୍ୱିତ ଏଆଇ ନ୍ୟାଭିଗେସନ ଟୁଲ ଏବଂ ଡିଜିଟାଲ ପୋର୍ଟ ଅପ୍ଟିମାଇଜେସନ ମଡେଲ ସହ ଏହା କାର୍ଯ୍ୟ କରିବ । ଏଠାରୁ ଦକ୍ଷ ନୌପରିବହନ ପାଇଲଟ, ମାଷ୍ଟର, ଡେକ୍ ଅଫିସର, ବନ୍ଦର ପ୍ରଫେସନାଲ ବାହାରିବେ । ନୌପରିବହନ କ୍ଷେତ୍ରରେ କୁଶଳୀ ଶ୍ରମଶକ୍ତି ଅଭାବକୁ ପୂରଣ କରିବାରେ ଏହି ସେଣ୍ଟର ସହାୟକ ହେବ । ଏହା ଦ୍ୱାରା ୭୫୦ରୁ ଉର୍ଦ୍ଧ୍ୱ କୁଶଳୀ ଏବଂ ଅଣକୁଶଳୀ ନିଯୁକ୍ତି ସୁଯୋଗ ଆସିବ । ଏହା ସହ ନବସୃଜନ ଏବଂ ଗବେଷଣା କ୍ଷମତା ଦୃଢ଼ୀଭୂତ ହେବ । ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଜିଏସ୍‌କୁ କୃତଜ୍ଞତା ପ୍ରଦନ କରାଯାଇଛି । ଏଦିଗରେ କାର୍ଯ୍ୟକ୍ରମକୁ ଦୃଢ଼ କରିବା ଦିଗରେ ନିକଟରେ ବନ୍ଦର, ନୌପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ସ୍କୁଲ ଅଫ ମ୍ୟାରିଟାଇମ ଷ୍ଟଡିଜର ନିର୍ଦ୍ଦେଶକ କ୍ୟାପଟେନ ଭିକ୍ ପାତ୍ର ସଲ୍‌ଭେଣ୍ଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏଠାରେ ସେମାନେ ୱାରସ ମ୍ୟାରିଟାଇମ ସ୍କୁଲର ଅତ୍ୟାଧୁନିକ ସିପ୍ ହ୍ୟାଣ୍ଡଲିଂ ସେଣ୍ଟର ବୁଲି ଦେଖିବା ସହ ବିଶେଷଜ୍ଞ ମାର୍ଟିନ ଗ୍ରୀନସଲେଡ ଏବଂ ଏଡମଣ୍ଡ ହେଡନେଟଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।ଏହା ସହ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେମ୍‌ସ ନୋଲେସଙ୍କୁ ମଧ୍ୟ ପ୍ରତିନିଧି ମଣ୍ଡଳୀ ଭେଟିବା ସହ ନୂଆ ସାଉଥକୋଷ୍ଟ ଟେକ୍ନୋଲୋଜି ଫାସିଲିଟିକୁ ବୁଲି ଦେଖିଥିଲେ । ମ୍ୟାରିଟାଇମ ସଲଭେଣ୍ଟର ମୁଖ୍ୟ ନିର୍ବାହୀ ଷ୍ଟୁଆର୍ଟ ବେକର କହିଛନ୍ତି, ଭାରତ ପ୍ରତନିିଧି ମଣ୍ଡଳୀ ସହ ଆଲୋଚନା କରି ଆନନ୍ଦିତ । ଭାରତ ସହ ବିଶ୍ୱ ସ୍ତରୀୟ ଦକ୍ଷତା ତାଲିମ ଦିଗରେ ସହଭାଗିତା ନେଇ ଆଶାବାଦୀ । ଡେପୁଟି ଡିନ (ଶିକ୍ଷା) ମାଥ୍ୟୁ ଷ୍ଟିୱାର୍ଟ କହିଛନ୍ତି, ଜାହାଜ ପରିଚାଳନା ଉତ୍କର୍ଷ କ୍ଷେତ୍ରରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପ୍ରତିନିଧି ଟିମ୍‌ର ପରିଦର୍ଶନକୁ ନେଇ ଆମେ ବହୁତ ଖୁସି । ଏହା ଗ୍ଲୋବାଲ ପାର୍ଟନରଶିପକୁ ଦୃଢ଼ କରିବାରେ ସହାୟକ ହେବ ।ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ନୌବାଣିଜ୍ୟ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ତାଲିିମ କ୍ଷେତ୍ରରେ ମିଳିତ ହୋଇ କାମ କରିବା ଲକ୍ଷ୍ୟ ।

powered by social2s