ଭୁବନେଶ୍ବର: ସବୁ ବର୍ଷ ପରି ଚଳିତବର୍ଷ ଡିସେମ୍ବର ୮ ତାରିଖ ବିଶ୍ଵ ଶିଳ୍ପୀ ଦିବସ ଉପଲକ୍ଷେ ଆଜି ଓଡ଼ିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ରାଜ୍ୟସ୍ତରୀୟ ଯୁବ ଶିଳ୍ପୀ ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଛି । ଏଥିରେ ୪୦ ଜଣ ଯୁବ ଚିତ୍ର ଶିଳ୍ପୀ ଭାଗ ନେଇ ଭିନ୍ନ ଭିନ୍ନ ଛବି ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରି ଚିତ୍ର ଆଙ୍କିବେ, ଏବଂ ଏହା ପରେ ସେହି ଚିତ୍ର ଗୁଡିକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରାଯିବ । ଏଥିରେ ବରିଷ୍ଠ ସଂସ୍କୃତି ସମୀକ୍ଷକ ଦିଲୀପ ହାଲି, ଗ୍ୟାଲେରୀର ପ୍ରତିଷ୍ଠାତା ତାରକାନ୍ତ ପରିଡ଼ା, କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟର ଅଧ୍ୟାପକ ମନୋରଞ୍ଜନ ଦାସ, ଦୁସମନ୍ତ କୁମାର ମୁଖୀ ଓ ସୁବ୍ରତ ମହାନ୍ତି ପ୍ରଭୃତି ଚିତ୍ରଶିଳ୍ପୀ ଉଦ୍ଘାଟନ ଉତ୍ସବରେ ଯୋଗ ଦେଇଥିଲେ । କଳିଙ୍ଗ ଚାରୁ କଳା ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏପରି କାଯ୍ୟାକ୍ରମକୁ ସାଧୁବାଦ ଜଣାଇଥିଲେ ।
powered by social2s

