ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଆତ୍ମହତ୍ୟା ଉଦ୍ୟମ କରିଥିବା +୩ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଛାତ୍ରୀ। ଛାତ୍ରୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଯୁବକଙ୍କ ଅତ୍ୟାଚାର ସହିନପାରି ସେ ଦୁଇ ଦିନ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ସର୍ବତି ଦେବୀ କଲେଜର ଯୁକ୍ତ ୩ରେ ଦ୍ଵିତୀୟ ବର୍ଷରେ ପଢ଼ୁଥିଲେ। ତାଙ୍କ ପୁରୁଷ ବନ୍ଧୁଙ୍କ ଯୋଗୁଁ ସେ ଏପରି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୁରୁଷ ବନ୍ଧୁଙ୍କୁ ଅଟକ ରଖିଥିଲା ପୋଲିସ୍।
powered by social2s

