୨ଗାଁ ମଧ୍ୟରେ ପୋଡ଼ାଜଳା: ବି ଏନ୍ ଏସ୍ ୧୬୩ ଜାରି, ୪ ଦିନ ସ୍କୁଲ୍ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପରେ ବି ଏନ୍ ଏସ୍ ୧୬୩ ଜାରି କରିଛି ଜିଲ୍ଲା ପ୍ରଶାସନ। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁର ୧୦ କିମି ପରିଧି ମଧ୍ୟରେ ୧୬୩ ଜାରି କରାଯାଇଛି। ଏମ୍‌ଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ରାଖେଲଗୁଡ଼ାର ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

powered by social2s