‘ସ୍ନେହ’ ପକ୍ଷରୁ ଘରୋଇ ହିଂସା ସଂପର୍କିତ ଆଲୋଚନାଚକ୍ର ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟ୍ ଫର୍ ନେଚର ଏଜୁକେସନ ଆଣ୍ଡ ହେଲଥ୍ - ‘ସ୍ନେହ ପକ୍ଷରୁ ଭୁବନେଶ୍ବର ରେଡ଼କ୍ରସ ଭବନ ଠାରେ ଘରୋଇ ହିଂସା ଉପରେ ସଚେତନତା ସଂପର୍କିତ ଆଲୋଚନା ଚକ୍ର ସଫଳତାର ସହ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୬୦ ଜଣ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ରାଜ୍ୟ ମହିଳା କମିଶନର ସଭ୍ୟା କଳ୍ପନା ମଲ୍ଲିକ, ପୂର୍ବତନ ମହିଳା କମିସନର ସଭ୍ୟା ଏବଂ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧକ୍ଷ୍ୟା କସ୍ତୁରୀ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା କୋର୍ଟର ମୁଖ୍ୟ ପରାମର୍ଶଦାତା ଡଃ ମଧୁମିତା ଦାଶ, ସୁପ୍ରିୟା ଦାସ, ସ୍ତମ୍ଭକାର - ଶ୍ଵେତାକୃତା ତ୍ରିପାଠୀ ଆଦି ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଘରୋଇ ହିଂସାର ବିଭିନ୍ନ ଦିଗ ଯଥା ଶାରିରୀକ, ମାନସିକ, ଭାବନାତ୍ମକ ଓ ଆର୍ଥିକ ହଂସା – ସଂପର୍କରେ ସଚେତନା ସୃଷ୍ଟି କରିବା ଓ ପୀଡ଼ିତଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ଓ ସହାୟତା ଓ ସେବା ବିଷୟରେ ଜଣାଇବା । କାର୍ଯ୍ୟକ୍ରମରେ ଏହା ଉଲ୍ଲେଖ କରାଗଲା ଯେ ଘରୋଇ ହିଂସା କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ ଏହା ଏକ ଗୁରୁତ୍ବପୂର୍ଣ ସାମାଜିକ ସମସ୍ୟା ଓ ଏହାକୁ ରୋକିବା ପାଇଁ ସମସ୍ତଙ୍କ ପ୍ରୟାସ ଆବଶ୍ୟକ ଏବଂ ଘରୋଇ ହିଂସା ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ସମର୍ଥନ କରି ସମାଜରେ ସଚେତନତା ପ୍ରସାର ପାଇଁ ସମସ୍ତେ ଏକତ୍ରିତ ହେବାର ଆବଶ୍ୟକ‌ତା ରହିଛି । ପ୍ରାରମ୍ଭରେ ସ୍ନେହ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଉପସ୍ଥିତ ଥିବା ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖୁଥିଲେ । ସ୍ନେହଦ୍ଵାରା ସାଲିଆ ସାହି ବସ୍ତିରେ ଗଠିତ ‘ରେଷ୍ଟୋରେଟିଭ୍ ଜଷ୍ଟିସ’ ଗୋଷ୍ଠୀର ସଭ୍ୟାମାନେ ଏହି ଅଭିନବ ପ୍ରକ୍ରିୟାର ଏକ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନ ତରଫରୁ ସ୍ୱସ୍ତିକା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ଶ୍ରୀ ଦିବାକର ମାହାଳୀ ପରିଚାଳନା କରିଥିଲେ ।

powered by social2s