ରାଷ୍ଟ୍ରୀୟ ପେନସନରସ ଡେ ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ କରିଥିବାରୁ ଡ଼ ନାରାୟଣ ମହାପାତ୍ର ସମ୍ୱର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ରାଷ୍ଟ୍ରୀୟ ପେନସନରସ ଡେ ର ଏକ ବୈଠକ ସଭାପତି ପୁର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ବ ରେ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ପୁରୀ ଆନୁକୁଲ୍ୟ ରେ ଜାତୀୟ ପେନସନ ଦିବସ ପୁରୀ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଶ୍ରୀ ସଦାଶିବ ପରିସର ରେ ପାଳିତ ହୋଇଯାଇଛି। ଏହି ଅନୁଷ୍ଠାନର ପ୍ରାକ୍ତନ ଆଧୁନିକ ବିଷୟ ମୁଖ୍ୟଙ୍କ ସଭାପତିତ୍ବ ରେ ପରିଚାଳିତ ସଭା ରେ ଅନୁଷ୍ଠାନର ବର୍ତ୍ତମାନ ମୁଖ୍ୟ ପ୍ରୋଫ ଡକ୍ଟର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ଆକାଉଣ୍ଟ ଆଣ୍ଡ ଅଡିଟ କର୍ମଚାରୀ ସଂଘ ର ପୁରାତନ ସେକ୍ରେଟାରୀ ଜେନେରାଲ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟ ବକ୍ତା, ସ୍ଥାନୀୟ ଜି ଏସ ଟି ଆଡିସିନାଲ କମିଶନର ଶ୍ରୀମତି କାନନ ବଳା ନାୟକ ସମ୍ମାନିୟ ଅତିଥି ,ପୁରୀ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ବିଶେଷ ନିମନ୍ତ୍ରିତ ଅତିଥି ଥିଲେ: ମଂଚ ପରିଚାଳକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ମନ୍ଚ ସଞ୍ଚାଳନ କରିଥିଲେ। ଡେପୁଟି କମିଶନର ରାଉତ ବାବୁ ମଂଚ ଆସିନ ଥିଲେ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ପାଖରେ ବେଦପାଠ ସହ ଦ୍ଵିପ ପ୍ରଜ୍ବଳନ ଓ ପୁଷ୍ପ ପ୍ରଦାନ ପରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ପରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସିଥିବା ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ମାନେ ସାମରିକ ବିଭାଗ ଓ ରେଳ ବିଭାଗ ରୁ ଅବସର ନେଇଥିବା ରୋଟରିଆଁ କୃଷ୍ଣଚନ୍ଦ୍ର ସାହୁ,ଆକାଉଣ୍ଟ ଓ ଅଡିଟ ବିଭାଗ ର ସୁଧାଂଶୁ ମୋହନ ମହାପାତ୍ର, ଡାକ ଓ ତାର ବିଭାଗର ବନମାଳୀ ଷଡ଼ଙ୍ଗୀ, ସେଣ୍ଟ୍ରାଲ ସଂସ୍କୃତ ବିଶ୍ଵିଦ୍ୟାଳୟର ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ,ରେଳ ବିଭାଗ ର ବିଶିଷ୍ଟ ଫୁଟବଲ ଖେଳାଳୀ ବାସୁଦେବ ସାହୁ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର ବିତ ବିଭାଗ ର ଜଗନ୍ନାଥ ରାୟ, ଜିଲ୍ଲା ନିଯୁକ୍ତି ଅଧିକାରୀ ପ୍ରଶାନ୍ତ କୁମାର ଦାସ, ବରିଷ୍ଠ ଇଞ୍ଜିନିୟର ଡକ୍ଟର ରବିନାରାୟଣ ମହାପାତ୍ର ,ପୁରୀ ର ଲୋକପ୍ରିୟ ସଲ୍ୟ ଚିକିତ୍ସକ ଡକ୍ଟର ବାମଦେବ ମହାନ୍ତିଙ୍କୁ ବିଶିଷ୍ଟ ଓ ବରିଷ୍ଠ ପେନସନ ଧାରି ଭବେ ସମ୍ମାନ ରେ ବିଭୂଷିତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ କରିଥିବାରୁ ଡ଼ ନାରାୟଣ ମହାପାତ୍ର ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ଉପଦେଷ୍ଟା ଡକ୍ଟର ବିମଳ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଦର୍ପେନ୍ଦ୍ର ନାରାୟଣ ଦାସ,ମନୋଜ କୁମାର ସାମଲ,ବିଜୟ କୁମାର ପାତ୍ର,ଭାଗିରଥି ବାରିକ ମଂଚ ପରିଚାଳନା କରାଯାଇଥିଲା। ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଷଡଙ୍ଗୀ ଅନୁଷ୍ଠାନର ବିବରଣ ପାଠ କରିବା ପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଆଜି ପବିତ୍ର ଦିନର ବିଶେଷତା ବିଷୟରେ ଜାଣିବା ପରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଆଜିର ଦିନ ଭାରତୀୟ ସୁପକୋର୍ଟ ର ତତ୍କାଳୀନ ମୁଖ୍ୟ ବିଚାରପତି ଚଂଦ୍ରଚୁଡଙ୍କ ଦ୍ଵାରା ମିଳିଥିବା ସ୍ଵତନ୍ତ୍ର ଉପଲବ୍ଧି କୁ ମନେ ପକାଯାଇଥିଲା । ପରେ ପୁରୀ ରେ ଶୀଘ୍ର ଏକ କେନ୍ଦ୍ରୀୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରାଯାଇଥିଲା। ଏହି ସଭାରେ ଓଡ଼ିଶା କର୍ମଚାରୀ ସଂଘ,ବ୍ୟାଙ୍କ୍ ,ଏଲ୍ ଆଇ ସି ଏବଂ ପୁରୀ ରେ ଥିବା ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନର କର୍ମଚାରୀ ଯୋଗ ଦେଇଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ କର୍ମଚାରୀ ସଂଘ ଏକାଠି ହୋଇ ସଂଘ କାର୍ଯକ୍ରମ କୁ ଆଗେଇ ନେବାକୁ ଆହ୍ବାନ କରାଯାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଅଷ୍ଟମ ବେତନ କମିଶନ ର ନୀତି ଅପ୍ପରେ ସାମୁହିକ ବିଚାର ପାଇଁ ନିର୍ଣ୍ଣୟ କରାଯାଇଥିଲା । ଭୁବନେଶ୍ୱର ରୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର, ଭାରତୀ ଭୂଷଣ ପଟ୍ଟନାୟକ, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବିଜୟ ପଣ୍ଡା, ଶ୍ରୀନିବାସ ରାଓ ଙ୍କ ଅନୁଷ୍ଠାନ ଶ୍ରୀଜଗନ୍ନାଥ ସଂସ୍କୃତ ପ୍ରଚାର ସଂସ୍ଥାନ ତରଫରୁ ଭଜନ ଗାୟନ ପରେ ଉପସଭାପତି ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

powered by social2s