ସମ୍ବଲପୁର: ଆଜି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ। ଖରିଫ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନରେ ଶହ ଶହ ସଂଖ୍ୟାରେ ଚାଷୀ ସାମିଲ ହୋଇ ପିକେଟିଂ କରିଛନ୍ତି। ବନ୍ଦରୁ ବାଦ୍ ପଡ଼ିଛି ଜାତୀୟ ରାଜପଥ ଅବରୋଧ ଓ ରେଳ ରୋକ। ଦୋକାନ, ବଜାର, ସ୍କୁଲ ଓ କଲେଜ ବନ୍ଦ ରହିଛି।
powered by social2s

